24.1 C
Bhubaneswar
Tuesday, March 17, 2026
Homeଓଡିଶାସମୁଦ୍ରରେ ବୁଡ଼ି ମା’-ପୁଅ ମୃତ

ସମୁଦ୍ରରେ ବୁଡ଼ି ମା’-ପୁଅ ମୃତ

ପୁରୀ: ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟ ନେଇଗଲା ମା’-ପୁଅଙ୍କ ଜୀବନ। ମୃତକମାନେ ହେଲେ ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର କୁସୁମ ଓ ଅଙ୍କିତ ଗୁପ୍ତା। ଶନିବାର ସକାଳେ କୁସୁମ ଓ ଅଙ୍କିତ ପରିବାର ଲୋକଙ୍କ ସହ ପୁରୀ ଚକ୍ରତୀର୍ଥ ରୋଡ୍ ପିଙ୍କ୍ ହାଉସ୍ ନିକଟ ବେଳାଭୂମିରେ ସମୁଦ୍ର ସ୍ନାନର ମଜା ନେଉଥିଲେ। ଏହି ସମୟରେ ଏକ ବଡ଼ ଲହଡ଼ି ସାଙ୍ଗକୁ ରିପ୍ କରେଣ୍ଟରେ ପଡ଼ି କୁସୁମ ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ମା’ଙ୍କୁ ବଞ୍ଚାଇବାକୁ ଯାଇ ପୁଅ ଅଙ୍କିତ ସମୁଦ୍ର ଭିତରକୁ ଯିବାରୁ ସେ ମଧ୍ୟ ରିପ୍ କରେଣ୍ଟରେ ପଡ଼ି ଗଭୀର ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ପରିବାରର ଅନ୍ୟ ସଦସ୍ୟ ମାନେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା ପ୍ରାଇଭେଟ୍ ଲାଇଫ୍ଗାର୍ଡ ଓ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଇ ଦୁଇ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ। କିନ୍ତୁ ହସ୍ପିଟାଲରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଚକ୍ରତୀର୍ଥ ବେଳାଭୂମି ପଟେ ଲାଇଫ୍ ଗାର୍ଡ ମୁତୟନ ହୋଇ ନଥିବାରୁ ପ୍ରତି ସମୟରେ ଏଭଳି ଅଘଟଣ ଘଟୁଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking