19.1 C
Bhubaneswar
Tuesday, February 3, 2026
Homeଓଡିଶାଦୁବାଇରେ ମଶା ଆତଙ୍କ; ସରକାର ନେଲେ ବଡ ପଦକ୍ଷେପ

ଦୁବାଇରେ ମଶା ଆତଙ୍କ; ସରକାର ନେଲେ ବଡ ପଦକ୍ଷେପ

ଦୁବାଇ: ଦୁବାଇ ସମଗ୍ର ବିଶ୍ୱରେ ସବୁଠୁ ସ୍ୱଚ୍ଛ ତଥା ଧନାଢ଼୍ୟ ସହର ଭାବେ ବିବେଚନା କରାଯାଏ। ଏଠାରେ ବସବାସ କରୁଥିବା ଲୋକେ ସହରକୁ ସଫା ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲାଗୁ କରାଯାଇଥିବା ସମସ୍ତ ନିୟମକୁ କଡାକଡି ଭାବେ ପାଳନ କରିଥାନ୍ତି। ଅଳିଆ ଆବର୍ଜନାଜନିତ ପରିଚାଳନା ବ୍ୟବସ୍ଥାକୁ ଏଠାରେ ଅତ୍ୟନ୍ତ କଠୋର ଭାବେ ଲାଗୁ କରାଯାଇଥାଏ। ପରିଣାମସ୍ୱରୂପ ଦୁବାଇରେ ରହିବା କିମ୍ବା ଜୀବନରେ ଅନ୍ତତଃ ଥରେ ଦୁବାଇ ବୁଲିବାକୁ ଯିବା ପାଇଁ ସମସ୍ତଙ୍କର ସ୍ୱପ୍ନ ରହିଥାଏ। ଏହା ସତ୍ତ୍ୱେ ଏଭଳି ଏକ ସହର ମଶା’ଙ୍କ ଆତଙ୍କରେ ଜର୍ଜରିତ ରହିଛି। ପରିସ୍ଥିତି ଏତେ ଗମ୍ଭୀର ହୋଇପଡିଛି ଯେ ଦୁବାଇ ସରକାରଙ୍କୁ ଦୁବାଇବାସୀଙ୍କ ପାଇଁ ମଶା ସତର୍କତା ଜାରି କରିବାକୁ ପଡିଛି। ଏକ ରିପୋର୍ଟ ଅନୁଯାୟୀ, ୟୁଏଇର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ ଯଦି ଏହି ହାରରେ ମଶା ସଂଖ୍ୟା ବୃଦ୍ଧି ପାଇବା ଜାରି ରହେ, ତେବେ ରୋଗର ଆଶଙ୍କା ବୃଦ୍ଧି ପାଇବ। ତେଣୁ, ଏହାକୁ ରୋକିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହିକ୍ରମେ ୟୁଏଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଶା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସୋସିଆଲ ମିଡିଆରେ ଏକ ବାର୍ତ୍ତା ପୋଷ୍ଟ କରିଛି। ପୋଷ୍ଟରେ କୁହାଯାଇଛି ଯେ ମଶା କାମୁଡ଼ାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ ଏବଂ ଏହାକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବା ଉଚିତ। ମନ୍ତ୍ରଣାଳୟ ଲୋକଙ୍କୁ ଜ୍ୱର, ମୁଣ୍ଡବିନ୍ଧା କିମ୍ବା ଶରୀରରେ ଲଗାତାର ଯନ୍ତ୍ରଣା ଭଳି ଲକ୍ଷଣ ଅନୁଭବ କଲେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ନିବେଦନ କରିଛି। ବ୍ୟକ୍ତିଗତ ଯତ୍ନ ବ୍ୟତୀତ, ମନ୍ତ୍ରଣାଳୟ ଲୋକଙ୍କୁ ମଶା ନିବାରଣ ପ୍ରତି ଧ୍ୟାନ ଦେବାକୁ ମଧ୍ୟ ଅନୁରୋଧ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking