33.1 C
Bhubaneswar
Friday, April 3, 2026
Homeଓଡିଶାରାଜ୍ୟରେ ସକାଳୁଆ ସ୍କୁଲ: ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା

ରାଜ୍ୟରେ ସକାଳୁଆ ସ୍କୁଲ: ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା

ଭୁବନେଶ୍ୱର: ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ସକାଳୁଆ ସ୍କୁଲ ପାଇଁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ପିଲାମାନେ ସକାଳ ୬ଟା ୩୦ରୁ ୧୦ଟା ଯାଏଁ ସ୍କୁଲରେ ପାଠ ପଢିବେ । ଖରା ଏବଂ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନ ପ୍ରାପ୍ତ ଘରୋଇ ସ୍କୁଲ ପାଇଁ ଏହା ନିର୍ଦ୍ଦେଶ ଲାଗୁ କରାଯାଇଛି । ଆଗାମୀ ଗ୍ରୀଷ୍ମ ପ୍ରବାହ ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ଆଗାମୀ ଗ୍ରୀଷ୍ମ ପ୍ରବାହ ଛୁଟି ପର୍ଯ୍ୟନ୍ତ ସକାଳୁଆ ପାଠପଢା ହେବ । ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ଗଣଶିକ୍ଷା ସଚିବ ଏନ ତିରୁମାଳା ନାମକ ଏହି ସୂଚନା ଦେଇଛନ୍ତି । ତେବେ ବିଦ୍ୟାଳୟରେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଆବସ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ବିଦ୍ୟାଳୟ ପରିସରରେ ଥିବା ନଳକୂପର ମରାମତି କରାଯିବ । ପାଣି ପିଇବା ପାଇଁ ପିଲାମାନଙ୍କୁ କିଛି ସମୟ ବିରତି ଦିଆଯିବ । ସ୍କୁଲରେ ଓଆରଏସ ପ୍ୟାକେଟ ମହଜୁଦ ରଖାଯିବ । ବିଦ୍ୟାଳୟ ବାହାରେ କାର୍ଯ୍ୟକ୍ରମକୁ କମ ଗୁରୁତ୍ୱ ଦିଆଯିବ । କେବଳ ଏବର୍ଷ ନୁହେଁ ଏଣିକି ପ୍ରତି ବର୍ଷ ଏପ୍ରିଲ ୨ ତାରିଖରୁ ସକାଳୁଆ ପାଠପଢା ହେବ ବୋଲି କୁହାଯାଇଛି । ବିଭାଗର ଚିଠି ଅନୁଯାୟୀ, ଏପ୍ରିଲ ୨ ତାରିଖରୁ ଗ୍ରୀଷ୍ମ ଛୁଟି ଯାଏ ସ୍କୁଲରେ ପାଠପଢା ହେବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାଙ୍କୁ ଅତିରିକ୍ତ ସୁରକ୍ଷା ଯୋଗାଇ ଦେବାକୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking