38.8 C
Bhubaneswar
Monday, April 13, 2026
Homeଓଡିଶାପ୍ରଭାତ ବିଶ୍ୱାଳ କୃତଘ୍ନ: ବବି ଦାସ

ପ୍ରଭାତ ବିଶ୍ୱାଳ କୃତଘ୍ନ: ବବି ଦାସ

ଭୁବନେଶ୍ୱର: ବିଜେଡି ଯୁବ ଛାତ୍ର ସମାବେଶରେ ପ୍ରଭାତ ବିଶ୍ୱାଳଙ୍କୁ କୃତଘ୍ନ କହିଲେ ବବି ଦାସ । ଯାଜପୁର ମାଳ ଆନନ୍ଦପୁର ସମାବେଶରେ ପ୍ରଭାତ ଓ ତାଙ୍କ ପୁଅକୁ ଟାର୍ଗେଟ କରିଛନ୍ତି । ରାଜ୍ୟସଭା ନିର୍ବାଚନ ଘୋଡା ବେପାର ପ୍ରସଙ୍ଗରେ ମତ ରଖିଛନ୍ତି । ବିଜେଡିକୁ ଭୋଟ ଦେବା ପାଇଁ ୮ କୋଟି ମାଗିଥିଲେ ପ୍ରଭାତ ବିଶ୍ୱାଳ । ୮ କୋଟି ଟଙ୍କା ଋଣ ଅଛି, ବବି ଶୁଝିଲେ ଦେବି ଭୋଟ କହିଥିଲେ । ବିଜେଡି ବିଧାୟକ ଧ୍ରୁବ ସାହୁ ସାକ୍ଷୀ ଅଛନ୍ତି । ମୁଁ ପ୍ରଭାତ ବିଶ୍ୱାଳ ଦ୍ୱାର ଦେଖିନି । ବାପ ପୁଅ ୫ ଶହ ଥର ମୋ ପାଖକୁ ଆସିଛନ୍ତି । କଣ ନେଇଛନ୍ତି ସେଟା ଛୋଟ କଥା କହିବିନି ବୋଲି କହିଛନ୍ତି ବବି ଦାସ । ସୌଭିକ ବିଶ୍ୱାଳଙ୍କୁ ମଧ୍ୟ ଟାର୍ଗେଟ କରି ମତ ରଖିଛନ୍ତି । ୨୦୧୯ ଓ ୨୦୨୪ ରେ ଟିକେଟ ନେଲା ବେଳେ ସ୍ୱାଭିମାନ କେଉଁଠି ଥିଲା । ସେତେବେଳେ ସ୍ୱାଧୀନ ଭାବେ ଛିଡା ହୋଇ ବାପା ପାଇଁ ବାହାରିଛ କହିଲନି । ବରିଷ୍ଠ ନେତା ବଦ୍ରି ପାତ୍ରଙ୍କ ବାବଦରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ଅଭିମାନର ଦରଦ ରହିଛି, ମୋତେ ପୁଅ ଭଳି ସ୍ନେହ କରିଛନ୍ତି । ଭୋଟ ଦେଲାବେଳେ ମୁଖ୍ୟମନ୍ତ୍ରୀ କେନ୍ଦୁଝରର, କିନ୍ତୁ ସେଟା ସେ ଦେଖିନାହାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking