ବ୍ୟୁରୋ : ବ୍ୟାପୁଛି ହାଡଫୁଟି । ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ଖଜୁରୀପଦା ଗାଁରେ ବ୍ୟାପୁଛି ହାଡଫୁଟି । ଏଥିରେ ପ୍ରାୟ ୩୦ ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ୩ଜଣ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି । ଆକ୍ରାନ୍ତଙ୍କ ମଧ୍ୟରେ ୧୦ ଜଣ ଶିଶୁ ଅଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ସମେତ ଜିଲ୍ଲା ସ୍ତରୀୟ ୯ ଜଣିଆ ଡାକ୍ତରୀ ଟିମ ଗାଁକୁ ଯାଇ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ତେବେ କାହିଁକି ହାଡଫୁଟି ବ୍ୟାପିଛି ଏଯାବତ କାରଣ ଜଣାପଡିନାହିଁ । ପାଣି ପାଇଁ ଏହି ରୋଗ ବ୍ୟାପୁଥିବା ସନ୍ଦେହ କରାଯାଉଛି । ଅନ୍ୟ ପକ୍ଷେ ଗାଁରେ ଏବେ ସ୍ଥିତି ନିୟନ୍ତ୍ରଣ ଅଛି ବୋଲି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କହିଛନ୍ତି ।