28.1 C
Bhubaneswar
Friday, June 13, 2025
Homeଦେଶ ବିଦେଶଆମେରିକାରେ ୨୫ ହଜାରରୁ ଅଧିକ ଅବୈଧ ପ୍ରବାସୀଙ୍କୁ ଗିରଫ

ଆମେରିକାରେ ୨୫ ହଜାରରୁ ଅଧିକ ଅବୈଧ ପ୍ରବାସୀଙ୍କୁ ଗିରଫ

ୱାଶିଂଟନ: ରିପବ୍ଲିକାନ ନେତା ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାର ଇତିମଧ୍ୟରେ ୧୧ ଦିନ ବିତିଯାଇଛି । ଅବୈଧ ପ୍ରବାସୀଙ୍କ ବିରୋଧରେ ଟ୍ରମ୍ପ ପ୍ରଶାସନର କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏହି ୧୧ ଦିନ ଭିତରେ ଟ୍ରମ୍ପଙ୍କ ଆଇସ (ଇମିଗ୍ରେସନ ଆଣ୍ଡ କଷ୍ଟମସ୍ ଏନଫୋର୍ସମେଣ୍ଟ) ଟିମ୍ ଦେଶର ୧୨ଟି ରାଜ୍ୟରେ ଚଢ଼ାଉ କରି ୨୫ ହଜାରରୁ ଅଧିକ ଅବୈଧ ପ୍ରବାସୀଙ୍କୁ ଗିରଫ କରିଲେଣି । ସେମାନଙ୍କ ଭିତରେ ୧୭୦୦ରୁ ଅଧିକ ଭାରତୀୟ ଅଛନ୍ତି । ଗିରଫ ସଂଖ୍ୟା ଦୃଷ୍ଟିରୁ ଭାରତ ଚତୁର୍ଥ ସ୍ଥାନରେ ରହିଛି । ମେକ୍ସିକୋର ସର୍ବାଧିକ ୯୨୯୬ ଜଣ ଗିରଫ ହୋଇଥିଲା ବେଳେ ହାଇତିର ୭୬୦୦ ଓ ନିକାରାଗୁଆର ୪୮୦୦ ନାଗରିକ ଅଛନ୍ତି ।

ପୂର୍ବରୁ ମଧ୍ୟ ୧୮ ହଜାର ଅବୈଧ ଭାରତୀୟଙ୍କୁ ଚିହ୍ନଟ କରାଯାଇଛି ଯେଉଁମାନଙ୍କୁ ସ୍ୱଦେଶ ଫଠାଇବାକୁ ଯୋଜନା କରାଯାଇଛି । ରିପୋର୍ଟ ଅନୁସାରେ ସର୍ବାଧିକ କାର୍ଯ୍ୟାନୁଷ୍ଠାନ ରିପବ୍ଲିକାନ ଶାସିତ ରାଜ୍ୟରେ କରାଯାଉଛି। ଇତିମଧ୍ୟରେ ଅବୈଧ ପ୍ରବାସୀଙ୍କ ଅନୁପ୍ରବେଶର କେନ୍ଦ୍ର ପାଲଟିଥିବା ମେକ୍ସିକୋ ସୀମାରେ ଅଧିକ ସଂଖ୍ୟକ ସେନା ମୁତୟନ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଫଳରେ ଅବୈଧ ପ୍ରବାସୀଙ୍କ ଅନୁପ୍ରବେଶ ୯୪ ପ୍ରତିଶତ ହ୍ରାସ ପାଇଛି । ଜାନୁଆରୀ ୧ରୁ ୧୯ ପର୍ଯ୍ୟନ୍ତ ୨୦୮୭ଟି ଅବୈଧ ଅନୁପ୍ରବେଶ ଘଟଣା ଘଟିଥିଲା ବେଳେ ଜାନୁଆରୀ ୨୦ରୁ ୩୧ ତାରିଖ ମଧ୍ୟରେ ୧୨୬ଟି ମାମଲା ସାମ୍‌ନାକୁ ଆସିଛି । ରିପୋର୍ଟ ଅନୁସାରେ ବର୍ତ୍ତମାନ ଆମେରିକାରେ ୧ କୋଟି ୧୦ ଲକ୍ଷରୁ ଅଧିକ ଅବୈଧ ପ୍ରବାସୀ ବସବାସ କରୁଛନ୍ତି । ସେମାନଙ୍କ ମଧ୍ୟରେ ୪୦ ଲକ୍ଷରୁ ଅଧିକ ମେକ୍ସିକୋ ନାଗରିକ ଥିଲା ବେଳେ ୭ ଲକ୍ଷ ୨୫ ହଜାରରୁ ଅଧିକ ଭାରତୀୟ ରହିଥିବା ପ୍ରକାଶିତ ରିପୋର୍ଟରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking