14.1 C
Bhubaneswar
Sunday, January 18, 2026
Homeଦେଶ ବିଦେଶପାକିସ୍ତାନ ଜେଲ୍‌ରେ ୨୦୦ରୁ ଅଧିକ ଭାରତୀୟ

ପାକିସ୍ତାନ ଜେଲ୍‌ରେ ୨୦୦ରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ: ପାକିିସ୍ତାନ ଜେଲ୍‌ରେ ବର୍ତ୍ତମାନ ସମୟରେ ପ୍ରାୟ ୨୧୧ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀ ଜୀବନ କାଟୁଛନ୍ତି। ଏମାନେ ମାଛ ଧରିବା ପାଇଁ ସମୁଦ୍ର ମଧ୍ୟଦେଶକୁ ଯାଉଥିବା ବେଳେ ବେଳେବେଳେ ପାକିସ୍ତାନୀ ଜଳସୀମାରେ ପ୍ରବେଶ କରିଯାଇଥାନ୍ତି। ଫଳରେ ପାକିସ୍ତାନୀ ନୌସେନା ବିଭାଗ ତଥା କୋଷ୍ଟ ଗାର୍ଡ଼ ଅଧିକାରୀମାନେ ଏମାନଙ୍କୁ ଗିରଫ କରିନେଇଥାନ୍ତି। ତେବେ ଏସମ୍ପର୍କରେ ଭାରତ ସରକାର ସଂସଦରେ ସୂଚନା ଦେଇଛନ୍ତି। ଏହି ୨୧୧ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୧୩୯ଜଣ କେବଳ ଗୁଜୁରାଟର ବାସିନ୍ଦା ବୋଲି ମଧ୍ୟ କୁହାଯାଇଛି।

ବାସ୍ତବରେ କଂଗ୍ରେସ ସାଂସଦ ଶକ୍ତି ସିଂ ଗୋହିଲ ଏହି ପ୍ରସଙ୍ଗ ଗୃହରେ ଉଠାଇଥିଲେ। ପାକିସ୍ତାନ ଦ୍ୱାରା ଲଗାଯାଇଥିବା ଯୋଗାଯୋଗ ବ୍ଲାକଆଉଟ ଦ୍ୱାରା ପ୍ରଭାବିତ ମତ୍ସ୍ୟଜୀବୀ ଏବଂ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ସେ ଚିନ୍ତା ପ୍ରକଟ କରିଥିଲେ। ଗୋହିଲ କହିଛନ୍ତି ଯେ ମତ୍ସ୍ୟଜୀବୀଙ୍କ ଅସୁବିଧାକୁ ଦୂର କରିବା ପାଇଁ ଏବେର ଭାରତ ସରକାରଙ୍କ ଠାରେ ତତ୍ପରତା ନାହିଁ। ଭାରତ ସରକାର ଏହି ମାମଲାକୁ ତ୍ୱରାନ୍ୱିତ କରିବା ଉଚିତ୍‌। ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ ଶୀଘ୍ର ମୁକ୍ତ କରିବା ପାଇଁ ଆଲୋଚନା ହେବାକୁ ପଡ଼ିବ, ଯେଉଁଥିପାଇଁ ଏକ ସ୍ୱତନ୍ତ୍ର ଆଇନ ପରାମର୍ଶଦାତା ନିଯୁକ୍ତ ହେବା ଉଚିତ୍‌। ସରକାର ତୁରନ୍ତ କୂଟନୈତିକ ପଦକ୍ଷେପ ନେବା ଉଚିତ୍ ଯାହାଫଳରେ ଭବିଷ୍ୟତରେ ଯଦି କୌଣସି ମତ୍ସ୍ୟଜୀବୀ ପାକିସ୍ତାନରେ ଅଟକି ଯାଆନ୍ତି, ତେବେ ସେମାନଙ୍କୁ ସହାୟତା ଯୋଗାଇ ଦିଆଯାଇ ଶୀଘ୍ର ଘରକୁ ଅଣାଯାଇପାରିବ ବୋଲି ଗୋହିଲ୍ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking