33.1 C
Bhubaneswar
Friday, March 27, 2026
Homeଓଡିଶା୧ ମାସ ଭିତରେ ୨ ଶହରୁ ଊର୍ଦ୍ଧ୍ବ ଚେନ୍‌ ଲୁଟେରାଙ୍କୁ ଧରାଯାଇଛି : ପିନାକ ମିଶ୍ର

୧ ମାସ ଭିତରେ ୨ ଶହରୁ ଊର୍ଦ୍ଧ୍ବ ଚେନ୍‌ ଲୁଟେରାଙ୍କୁ ଧରାଯାଇଛି : ପିନାକ ମିଶ୍ର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ହିଂସାର ମାତ୍ରା ବଢ଼ିବାରେ ଲାଗିଛି। ଚୋରି, ଠକେଇ, ଲୁଟ୍‌, ରାହାଜାନୀ ଆଦି ଘଟଣା ବଢ଼ିଚାଲିଛି। ସେହିପରି ଘରୋଇ କଳି ଓ ପାରିବାରିକ ହିଂସା ମଧ୍ୟ ସୀମା ଅତିକ୍ରମ କରିଛି। ବ୍ରାଉନ୍‌ସୁଗାର ବ୍ୟାପର, ମଦ-ଗଂଜେଇ କାରବାର ମଧ୍ୟ କିଛି କମ୍‌ ନୁହେଁ। ସନ୍ଧ୍ୟା ପରେ ଜଣେ ମହିଳା ଏକାକୀ ଚାଲିବା ମଧ୍ୟ ସୁରକ୍ଷିତ ମନେ କରୁନାହାନ୍ତି। ରାଜଧାନୀରେ ବାରମ୍ବାର ହେଉଥିବା ଚେନ୍‌ ଲୁଟ୍‌କୁ ନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ଗତ ୧ ମାସ ଭିତରେ ୨ ଶହରୁ ଊର୍ଦ୍ଧ୍ବ ଚେନ୍‌ ଲୁଟେରାଙ୍କୁ ଧରାଯାଇଛି। ତଥାପି ଗହଳି ସ୍ଥାନରେ ସେମାନେ ସକ୍ରିୟ ହେଉଛନ୍ତି। ଷ୍ଟ୍ରିଟ କ୍ରାଇମ୍ ରୋକିବାକୁ ସବୁବେଳେ ଆମର ସ୍ଵତନ୍ତ୍ର ଡ୍ରାଇଭ୍ ଚାଲୁଛି।ଏଭଳି କାଣ୍ଡ ଭିଆଇଥିବା ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking