24.9 C
Bhubaneswar
Tuesday, April 7, 2026
Homeଓଡିଶାଶୀଘ୍ର ପୂରଣ ହେବ ୧୫୦୦ରୁ ଊର୍ଦ୍ଧ୍ୱ ପ୍ରାଧ୍ୟାପକ ପଦବୀ

ଶୀଘ୍ର ପୂରଣ ହେବ ୧୫୦୦ରୁ ଊର୍ଦ୍ଧ୍ୱ ପ୍ରାଧ୍ୟାପକ ପଦବୀ

ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ୧୫୦୦ରୁ ଅଧିକ ପ୍ରାଧ୍ୟାପକ ପଦ ଶୀଘ୍ର ପୂରଣ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି। ଶୁକ୍ରବାର ଖାଲିଥିବା ପଦବୀ ଉପରେ ଆଲୋଚନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥିଲା।ଉଚ୍ଚଶିକ୍ଷା ମନ୍ତ୍ରୀ, ଆଇନ ମନ୍ତ୍ରୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ୟୁଜିସି ସଦସ୍ୟମାନେ ଯୋଗ ଦେଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଖାଲିଥିବା ପଦବୀ ଶୀଘ୍ର ପୂରଣ ହେବ।୨୦୨୦ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷକ ନିଯୁକ୍ତିରେ ଏକ ଅସୁବିଧା ହୋଇଥିଲା। ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଶିକ୍ଷକ ନିଯୁକ୍ତିରେ ପ୍ରଶାସକ ନୁହଁନ୍ତି ଶିକ୍ଷାବିତ୍ମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ।
ଆଇନଗତ ବାଧାବିଘ୍ନ ହଟାଯିବା ମାତ୍ରେ ଆମେ ଖାଲି ପଦବୀରେ ପ୍ରାଧ୍ୟାପକନିଯୁକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବୁ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking