19.1 C
Bhubaneswar
Tuesday, February 10, 2026
Homeଓଡିଶାଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି

ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି

ଭୁବନେଶ୍ୱର : ଲକ୍ଷପତି ଦିଦି ଯୋଜନା ମାଧ୍ୟମରେ ଓଡ଼ିଶାରେ ୧୦ ଲକ୍ଷରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଜୀବନରେ ପରିବର୍ତ୍ତନ ହୋଇଛି । ଆଜି ରାଜ୍ୟର ଗ୍ରାମାଞ୍ଚଳରେ ଏକ ମିଲିୟନ/୧୦ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଏହା କେବଳ ସଂଖ୍ୟା ନୁହେଁ, ବରଂ ଆମ ଗ୍ରାମୀଣ ମହିଳାଙ୍କ ଦୃଢ଼ତା, ସ୍ଥିରତା ଏବଂ ପ୍ରତିଭାର ପ୍ରମାଣ, ବିଶେଷକରି ଦୂରବର୍ତ୍ତୀ ଓ ଆଦିବାସୀ ଅଞ୍ଚଳର ମହିଳାମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ନିମନ୍ତେ ଏହା ଏକ ଦୃଢ଼ ପ୍ରୟାସ । ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ଆମର ପଦ୍ଧତିରେ କେବଳ ଆର୍ଥିକ ସହାୟତା ନୁହେଁ, ବରଂ ବ୍ୟାପକ କ୍ଷମତା ବିକାଶ, ଦକ୍ଷତା ବୃଦ୍ଧି, ଆର୍ଥିକ ସାକ୍ଷରତା ଏବଂ ବଜାର ସଂଯୋଗୀକରଣ ମଧ୍ୟ ଅନ୍ତର୍ଭୁକ୍ତ । ପ୍ରତ୍ୟେକ କାହାଣୀ, ପ୍ରତ୍ୟେକ ସଫଳତା, ପ୍ରତ୍ୟେକ ପରିବାରର ପରିବର୍ତ୍ତନ ଏକ ଆଶାର ଆଲୋକ, ଯାହା ଆତ୍ମନିର୍ଭରଶୀଳ ଏବଂ ଆର୍ଥିକ ସମୃଦ୍ଧ ଓଡ଼ିଶା ଆଡ଼କୁ ପଥ ପ୍ରଦର୍ଶନ କରୁଛି । ସମ୍ଭାବ୍ୟ ଲକ୍ଷପତି ଦିଦିମାନଙ୍କର ଆୟ ବିବରଣୀ ସଂଗ୍ରହ କରିବା ପାଇଁ ଭାରତ ସରକାର ଲୋକଓଏସ୍ (LokOS) ନାମକ ଏକ ଆପ୍ଲିକେସନ ଏବଂ ଓ୍ଵେବ୍ ପୋର୍ଟାଲ ଚାଲୁ କରିଛନ୍ତି । ଗାଁ ସ୍ତରରେ ଗୋଷ୍ଠୀ ସାଧନ ଅଧିକାରୀ ଦ୍ୱାରା ଏହି ତଥ୍ୟ ସଂଗ୍ରହ କରାଯାଉଛି ଏବଂ ବ୍ଲକ୍ ସ୍ତରରେ ସମ୍ପୃକ୍ତ ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜରଙ୍କ ଦ୍ୱାରା ଯାଞ୍ଚ କରାଯାଉଛି। ଏକ ଉଲ୍ଲେଖନୀୟ ସଫଳତାରେ, ଓଡ଼ିଶା ଲକ୍ଷପତି ଦିଦି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରି ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଏହା ଓଡ଼ିଶାର ମହିଳାମାନଙ୍କର ସାମାଜିକ-ଆର୍ଥିକ ବିକାଶ ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଏକ ପ୍ରମାଣ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking