ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ସୁଚାରୁ ରୂପେ ସଂସଦର ଉଭୟ ଗୃହ ଚଳାଇବା ପାଇଁ ଆଜି କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି । ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ୍ ରିଜିଜୁଙ୍କ ସମେତ ବିଭିନ୍ନ ସହ ଦଳର ନେତା ଉପସ୍ଥିତ ରହିଛନ୍ତି । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଓ ‘ଅପରେସନ ସିନ୍ଦୂର’ ପରେ ଏହା ସଂସଦର ପ୍ରଥମ ଅଧିବେଶନ ହେବ । ଅଧିବେଶନରେ ମୋଟ୍ ୨୧ଟି ବୈଠକ କାର୍ଯ୍ୟ ଦିବସ ରହିଛି ।









