28.1 C
Bhubaneswar
Tuesday, June 17, 2025
Homeଦେଶ ବିଦେଶ୪-୫ ଦିନରେ କେରଳ ଛୁଇଁପାରେ ମୌସୁମୀ

୪-୫ ଦିନରେ କେରଳ ଛୁଇଁପାରେ ମୌସୁମୀ

ନୂଆଦିଲ୍ଲୀ: ଆଗାମୀ ୪, ୫ ଦିନ ଭିତରେ ମୌସୁମୀ ଛୁଇଁପାରେ କେରଳ । ଆଗାମୀ ୪, ୫ ଦିନରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ଫଳରେ ଏଥରେ ମୌସୁମୀ ବାୟୁ ଶୀଘ୍ର ଆସିପାରେ । ସେପଟେ ମେ’ ଶେଷ ସପ୍ତାହରେ ବଙ୍ଗୋପସାଗର ଏବଂ ଆରବସାଗରରେ ଲଘୁଚାପ ସମ୍ଭାବନା ରହିଛି । ୨୧ ମେ’ ବେଳକୁ ଆରବସାଗରର କର୍ଣ୍ଣାଟକ ଉପକୂଳରେ ଘୁର୍ଣ୍ଣିବଳୟ ସମ୍ଭାବନା ରହିଛି । ୨୨ ମେ’ ବେଳକୁ ଏହା ଲଘୁଚାପର ରୂପ ନେବ ।  ରାଜ୍ୟରେ ବର୍ତ୍ତମାନ ଗରମ ଗୁଳୁଗୁଳି ଜାରି ରହିଛି। ଉପକୂଳବର୍ତ୍ତୀ  ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଗଞ୍ଜାମ, ଗଜପତିରେ ଗରମ ଗୁଳୁଗୁଳିକୁ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୪ ଦିନ ପାଇଁ କାଳବୈଶାଖୀ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୨୩ ମେ’ ପର୍ୟ୍ୟନ୍ତ ରାଜ୍ୟରେ ଲାଗିରହିବ କାଳବୈଶାଖୀ ବର୍ଷା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking