19.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଏହି କାରଣ ଯୋଗୁ ବଢୁଛି ମଙ୍କିପକ୍ସ ସଂକ୍ରମଣ

ଏହି କାରଣ ଯୋଗୁ ବଢୁଛି ମଙ୍କିପକ୍ସ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ମଙ୍କିପକ୍ସର ଏକ ନୂଆ ମାମଲା ଚିହ୍ନଟ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଏହା ଭ୍ରମଣ ସମ୍ବନ୍ଧୀୟ ସଂକ୍ରମଣର ଏକ ମାମଲା। ଆକ୍ରାନ୍ତ ବ୍ୟକ୍ତି ମଙ୍କିପକ୍ସ ବ୍ୟାପିଥିବା ଦେଶରୁ ଭାରତକୁ ଆସିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବିବୃତି ଅନୁଯାୟୀ, ଯେତେବେଳେ ସେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଇଥିଲା, ସେତେବେଳେ ତାଙ୍କୁ ଆଇସୋଲେସନ କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଥି ସହିତ, ବର୍ତ୍ତମାନ ସରକାର ମଙ୍କିପକ୍ସ ସମ୍ବନ୍ଧରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଅନ୍ୟପକ୍ଷରେ, ଅନେକ ରିପୋର୍ଟରେ କୁହାଯାଇଛି ଯେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ଦ୍ୱାରା କଙ୍କିପକ୍ସର ଆଶଙ୍କା ମଧ୍ୟ ବଢ଼ିଥାଏ। ଏହା ଦ୍ବାରା ମୁଖ୍ୟତଃ ଯୁବବର୍ଗ ବିପଦରେ ରହିଛନ୍ତି। ୧୪ ଅଗଷ୍ଟ ୨୦୨୪ ରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଙ୍କିପକ୍ସକୁ ଅନ୍ତର୍ଜାତୀୟସ୍ତରରେ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଥିଲା । ଏ ସମ୍ପର୍କରେ ଜାରି କରାଯାଇଥିବା ଆଡଭାଇଜରୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ମଙ୍କିପକ୍ସର ନୂତନ ଅବସ୍ଥାକୁ ଦୃଷ୍ଟିରେ ରଖି ଡବ୍ଲୁଏଚଓ ଗୁରୁତ୍ବାରୋପ କରିଛି ଯେ ମଙ୍କିପକ୍ସ ସଂକ୍ରମଣର କ୍ଲିନିକାଲ୍ ଚିତ୍ର ଗୁରୁତର ରହିଛି। ସୂଚନାଯୋଗ୍ୟ ମଙ୍କିପକ୍ସକୁ ଦ୍ୱିତୀୟ ଥର ପାଇଁ ଡବ୍ଲୁଏଚଓ ପକ୍ଷରୁ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶଦାତାରେ କୁହାଯାଇଛି ଯେ ସମଗ୍ର ବିଶ୍ୱରେ ଏହି ଭୁତାଣୁର ଯୌନ ସମ୍ପର୍କ ଦ୍ବାରା ସଂକ୍ରମଣ ହେଉଛି ସବୁଠାରୁ ସାଧାରଣ ପଦ୍ଧତି। ଏହାର ଅର୍ଥ ହେଉଛି ମଙ୍କିପକ୍ସ ସଂକ୍ରମିତ ବ୍ୟକ୍ତିଙ୍କ ସହିତ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ଦ୍ୱାରା ସଂକ୍ରମଣ ହେବାର ଆଶଙ୍କା ବିଢ଼ିଥାଏ। ଆମେରିକାର ସ୍ୱାସ୍ଥ୍ୟ ଏଜେନ୍ସି ସିଡିସି ଅନୁଯାୟୀ, ଯଦି ଆପଣ ମଙ୍କିପକ୍ସର କୌଣସି ଲକ୍ଷଣ ଦେଖୁଛନ୍ତି, ତେବେ ଆପଣଙ୍କ ସାଥୀଙ୍କ ସହ କଥା ହୁଅନ୍ତୁ। ଯଦି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କଠାରେ ମଙ୍କିପକ୍ସର ଲକ୍ଷଣ ଦେଖାଯାଉଛି, ତେବେ ଅନ୍ୟ ଜଣକ ଯୌନ ସମ୍ପର୍କରୁ ଦୂରେଇ ରହିବା ଏବଂ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍।ଯଦି ଆପଣଙ୍କର କିମ୍ବା ଆପଣଙ୍କ ସାଥୀଙ୍କର ମଙ୍କିପକ୍ଦ ଥାଇପାରେ ବୋଲି ଭାବୁଛନ୍ତି ତେବେ ନିଜକୁ ସୁରକ୍ଷିତ ରଖିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ‌ଯୌନ ସମ୍ପର୍କ ରଖନ୍ତୁ ନାହିଁ ଏବଂ ପରସ୍ପରର ଶରୀରକୁ ଛୂଅଁନ୍ତୁ ନାହିଁ। ପରସ୍ପରର ଟାୱେଲ, ପୋଷାକ ଏବଂ ଟୁଥ୍ ବ୍ରଶ୍ ଇତ୍ୟାଦି ଅଂଶୀଦାର କରନ୍ତୁ ନାହିଁ। କଣ୍ଡୋମ ବ୍ୟବହାର କରିବା ଦ୍ୱାରା ମଙ୍କିପକ୍ସ ସଂକ୍ରମଣକୁ ରୋକାଯାଇପାରିବ ନାହିଁ।
ମଙ୍କିପକ୍ସ ଦ୍ବ‌ାରା ସଂକ୍ରମିତ ଲୋକମାନଙ୍କଠାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ ଲକ୍ଷଣ ଦେଖାଇପାରେ। ସେଥି ମଧ୍ୟରୁ ଜ୍ୱର, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା, କାଶ, ମାଂସପେଶୀ ଯନ୍ତ୍ରଣା, ଶରୀରରେ କମ୍ପନ ଭଳି ଲକ୍ଷଣ ରହିଛି। ଏହି ରୋଗ ସଂକ୍ରମିତ ବ୍ୟକ୍ତି କିମ୍ବା ପଶୁ ସହିତ ଯୋଗାଯୋଗ ମାଧ୍ୟମରେ ବ୍ୟାପିଥାଏ ।ସାଧାରଣତଃ ସଂକ୍ରମଣର ଲକ୍ଷଣ ୨ ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ। ତଥାପି, ଉପଯୁକ୍ତ ଚିକିତ୍ସା କରି ଶୀଘ୍ର ଏଥିରୁ ମୁକ୍ତି ପାଇପାରିହେବ। ମଙ୍କିପକ୍ସ ଦ୍ବାରା ସଂକ୍ରମିତ ବ୍ୟକ୍ତିଙ୍କୁ ହାଇଡ୍ରେଟେଡ୍ ରହିବା ସହିତ, ସଠିକ୍ ଭାବରେ ଖାଇବାକୁ ଏବଂ ପର୍ଯ୍ୟାପ୍ତ ପରିମାଣରେ ଶୋଇବାକୁ ପରାମର୍ଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking