19.1 C
Bhubaneswar
Friday, December 26, 2025
Homeଓଡିଶାବାହାର ରାଜ୍ୟର ଧାନ ଗାଡି ଉପରେ ନଜର

ବାହାର ରାଜ୍ୟର ଧାନ ଗାଡି ଉପରେ ନଜର

ଭୁବନେଶ୍ୱର: ରାଜ୍ୟରେ କୃଷକ ମାନଙ୍କ ଠାରୁ ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯୋଗ୍ୟ ଚାଷୀ ସେମାନଙ୍କ ଧାନକୁ ସରକାରୀ ସ୍ତରରେ ବିକ୍ରୟ କରିପାରିବେ ଏଥିନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ବାହାର ରାଜ୍ୟରୁ ଯେଭଳି ଧାନ ଆସି ରାଜ୍ୟରେ ବିକ୍ରୟ ନହୁଏ ଏହା ଉପରେ ତୀକ୍ଷ୍ଣ ନଜର ରଖାଇଯାଇଛି । ବିଶେଷକରି ରାଜ୍ୟର ସୀମାନ୍ତ ଅଞ୍ଚଳରେ ଏହି ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହି ଉଦ୍ଦେଶ୍ୟରେ ନୂଆପଡା, ବରଗଡ଼, ଝାରସୁଗୁଡା ଓ ସୁନ୍ଦରଗଡ ଭଳି ଅନ୍ୟାନ୍ୟ ସୀମାନ୍ତ ଜିଲ୍ଲା ଗୁଡିକରେ ଜିଲ୍ଲାରେ ସ୍କ୍ୱାଡ଼ ସମେତ ବିଭିନ୍ନ ଜିଲ୍ଲାରେ ଏନଫୋର୍ସମେଣ୍ଟ ଟିମକୁ ନିଯୁକ୍ତ କରାଯାଇଛି । ବିଶେଷ କରି ନୂଆପଡା ଜିଲ୍ଲାରେ କ୍ୟାମେରା ଖଞ୍ଜିତ ଏନଫୋର୍ସମେଣ୍ଟ ଗାଡି ଗୁଡିକ ଖଡିଆଳ ରୋଡ଼ ଏବଂ ସିନାପାଲି ଠାରେ ମୁତୟନ ରହି ବାହାର ରାଜ୍ୟ ଧାନ ଗାଡି ଗୁଡିକ ଉପରେ ତୀକ୍ଷଣ ନଜର ରଖିଛନ୍ତି । ପଡୋଶୀ ଛତିଶଗଡରୁ ଓଡିଶା କିମ୍ବା ଆମ ରାଜ୍ୟରୁ ଛତିଶଗଡକୁ ଧାନ ନେଇ ଯାଉଥିବା ଗାଡି ଉପରେ ନଜର ରଖାଯାଉଛି । ସେହିଭଳି ସମ୍ପୃକ୍ତ ଥାନା ଆଇଆଇସି ମାନେ ମଧ୍ୟ ଟିମ ମୁତୟନ କରି ୨୪ ଘଣ୍ଟିଆ ନଜର ରଖୁଛନ୍ତି । କୌଣସି ଅନିୟମିତତାର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେହି ଗାଡିକୁ ଜବତ କରିବାକୁ ସେମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ଯୋଗାଣ ଅଧିକାରୀ ମାନେ ଏଥି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ମଧ୍ୟ ଏହି ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି । ଟୋକନ ପ୍ରାପ୍ତ ଚାଷୀମାନେ ମଣ୍ଡିକୁ ଆସି ସେମାନଙ୍କ ଧାନ ବିକ୍ରୟ କରି ଉତ୍ତମ ଅନୁଭୂତି ନେଇ ଫେରିବେ ଏଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ମଣ୍ଡିରେ ଆନୁସଙ୍ଗିକ ବ୍ୟବସ୍ଥା କରିଵା ପାଇଁ ପୂର୍ବରୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking