16.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶମନି ଲଣ୍ଡରିଂ ଅଭିଯୋଗ; ୧୫୬ କୋଟିର ସମ୍ପତ୍ତି ଜବତ କଲା ଇଡି

ମନି ଲଣ୍ଡରିଂ ଅଭିଯୋଗ; ୧୫୬ କୋଟିର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ୩୧ ମାର୍ଚ୍ଚ, ୨୦୨୫ ଅର୍ଥାତ୍ ସୋମବାର ଦିନ ମନି ଲଣ୍ଡରିଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଲକ୍ଷ୍ମୀ ପ୍ରିସିସନ ସ୍କ୍ରୁସ୍ ପ୍ରାଇଭେଟ୍ ଲିମିଟେଡର ୧୨ଟି ସ୍ଥାବର ସମ୍ପତ୍ତି ଜବତ କରିଛି। ଏହି ସମ୍ପତ୍ତିଗୁଡ଼ିକର ମୋଟ ମୂଲ୍ୟ ୧୫୬.୩୩ କୋଟି ଟଙ୍କା ବୋଲି କୁହାଯାଉଛି। କାନାରା ବ୍ୟାଙ୍କ୍ ଏବଂ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍‌ବିଆଇ)ରୁ କମ୍ପାନୀ କରିଥିବା ମୋଟ୍ ୧୭୬.୭୦କୋଟି ଟଙ୍କାର ଋଣ ଅର୍ଥ ପରିଶୋଧ ନକରିବା ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଇଡି ଦ୍ୱାରା ଆଟାଚ୍ କରାଯାଇଥିବା ସମ୍ପତ୍ତି ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, ଗୁରୁଗ୍ରାମ ଏବଂ ରୋହତକ୍‌ରେ ଥିବା ୧୨ଟି ସ୍ଥାବର ସମ୍ପତ୍ତି ଅନ୍ତର୍ଭୁକ୍ତ। ଏଥିରେ ୭ଟି ବାଣିଜ୍ୟିକ ଜମି (୨୦ ଏକରରୁ ଅଧିକ), ୪ଏକର କୃଷି ଜମି (ରୋହତକ ଏବଂ ଗୁରୁଗ୍ରାମରେ) ଏବଂ ୪ଟି ବାଣିଜ୍ୟିକ ଫ୍ଲାଟ-କମ-ଅଫିସ (ମୁମ୍ବାଇ ଏବଂ ଦିଲ୍ଲୀରେ) ଅନ୍ତର୍ଭୁକ୍ତ। ସିବିଆଇ ଦ୍ୱାରା ପଞ୍ଜିକୃତ ଏଫ୍‌ଆଇଆର୍ ଆଧାରରେ ଇଡି ଏହି ତଦନ୍ତ ଆରମ୍ଭ କରିଥିଲା। ପ୍ରକାଶ, କମ୍ପାନୀର ପ୍ରମୋଟର ଲଳିତ କେ ଜୈନ, ରାଜେଶ କେ ଜୈନ, ବିଜୟ କୁମାର ଜୈନ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଋଣ ଖିଲାପି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେମାନଙ୍କ ବିରୁଦ୍ଧରେ ଆଇପିସି ଧାରା ୧୨୦-ବି ଏବଂ ୪୨୦ ଅନୁଯାୟୀ ଠକେଇ ଏବଂ ଜାଲିଆତି ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, କମ୍ପାନୀ ଏହି ୨ ବ୍ୟାଙ୍କ୍‌ରେ ଭୁଲ୍ ତଥ୍ୟ ତଥା ଜାଲ୍ କାଗଜପତ୍ର ଦାଖଲ କରିବା ପୂର୍ବକ ଋଣ ନେଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଋଣ ଅର୍ଥ ପରିଶୋଧ କରିନଥିଲା। ଏତଦ୍‌ବ୍ୟତୀତ, ବ୍ୟାଙ୍କଗୁଡ଼ିକର ସମ୍ମତି ବିନା ବନ୍ଧକ ସମ୍ପତ୍ତି ବିକ୍ରି କରାଯାଇଥିଲା ଏବଂ ଅନ୍ୟ କମ୍ପାନୀଗୁଡ଼ିକ ସହିତ ମିଶି ଋଣ ରାଶିର ଅପବ୍ୟବହାର କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking