26.1 C
Bhubaneswar
Monday, December 15, 2025
Homeଓଡିଶାକଂଗ୍ରେସରୁ ବିଦା ହେଲେ ମୋକିମ୍‌

କଂଗ୍ରେସରୁ ବିଦା ହେଲେ ମୋକିମ୍‌

ମହଙ୍ଗା ପଡିଲା ଦଳ ବିରୋଧୀ ବୟାନ । କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୋକିମଙ୍କୁ ବହିସ୍କୃତ ନେଇ ଏଆଇସିସିକୁ ଚିଠି ଲେଖାଯାଇଥିଲା । ଏଥିରେ ଏଆଇସିସି ମୋହର ମାରିଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ପକ୍ଷରୁ ସୂଚନା ଦିଆଯାଇଛି ।

ମହମ୍ମଦ ମୋକିମଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ପିସିସି ସଭାପତି ଭକ୍ତ ଦାସଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ କରିଥିଲେ । କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ ମୋକିମ୍ । ଭକ୍ତ ଦାସ ନିଜ ଦଳ ନୁହେଁ ବରଂ ଅନ୍ୟ ଦଳ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ ବି ଆଣିଥିଲେ ପୂର୍ବତନ କଂଗ୍ରେସ ବିଧାୟକ । ମୋକିମ କହିଥିଲେ, ଭକ୍ତ ଦାସ ରାଜ୍ୟରେ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି । ପିସିସି ସଭାପତିଙ୍କ ପରିଚାଳନାଗତ ତୃଟି ପାଇଁ ନୂଆପଡ଼ାରେ କଂଗ୍ରେସ ହାରିଲା ବୋଲି ସେ ଅଭିଯୋଗ ଆଣିଥିଲେ । ଓଡ଼ିଶା କଂଗ୍ରେସର ନେତୃତ୍ବ ନେବା ପାଇଁ ଭକ୍ତ ଦାସ ଅନଫିଟ୍ ବୋଲି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି କହିଥିଲେ ମହମ୍ମଦ ମୋକିମ । ଚିଠିରେ ଦଳର ନେତୃତ୍ଵର ନବୀକରଣ କରିବାକୁ ଦାବି କରିଥିଲେ ।

ସେପଟେ ଦଳୀୟ କାର୍ଯ୍ୟାନୁଷ୍ଠାନ ମୋକିମଙ୍କ ପାଇଁ ନୂଆ ନୁହେଁ । ରାଷ୍ଟ୍ରପତି ନିର୍ବାଚନ ପାଇଁ ୨୦୨୨ରେ ମଧ୍ୟ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ଦଳ । ଚିଠି ହେବା ସହ ଦଳ ବିରୋଧୀ କାର୍ଯ୍ୟରେ ଜଡିତ ବୋଲି ଅଭିଯୋଗ କରିଥିଲା ଦଳ । କଂଗ୍ରେସ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବି ଭୋଟ ଦେଇନଥିଲେ ମୋକିମ । ବଦଳରେ ବିଜେପି ପ୍ରାର୍ଥୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ନେଇ ସେ ନିଜେ ଗଣମାଧ୍ୟମରେ କହିଥିଲେ । ଜୁଲାଇ ୨୦୨୩ରେ ପିସିସି ସଭାପତି ଓ ନେତୃତ୍ୱ ଉପରେ ଅଭିଯୋଗ ଆଣିବା ଫଳରେ ମୋକିମଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking