22.1 C
Bhubaneswar
Saturday, February 7, 2026
Homeଓଡିଶାମହିଳାଙ୍କ ଆଶାକୁ ଭାଙ୍ଗି ଚୁରମାର କରିଛନ୍ତି ମୋହନ ସରକାର

ମହିଳାଙ୍କ ଆଶାକୁ ଭାଙ୍ଗି ଚୁରମାର କରିଛନ୍ତି ମୋହନ ସରକାର

ଭୁବନେଶ୍ୱର:  ନୂତନ ସରକାର ଆସିଲେ ନାରୀ ଉପଯୁକ୍ତ ସମ୍ମାନ ପାଇବେ, ନିର୍ଯାତିତ ନାରୀ ନ୍ୟାୟ ପାଇବେ, ନାରୀ ଭୟମୁକ୍ତ ହୋଇ କାର୍ଯ୍ୟ କରି ପାରିବ ବୋଲି ଯେଉଁ ଆଶା ଏଇ ସରକାର ଉପରେ ଆଶା ବାନ୍ଧିଥିଲା ତାହା ବର୍ତ୍ତମାନର ମୋହନ ସରକାର ଭାଙ୍ଗି ଚୁରମାର କରି ଦେଇଛନ୍ତି । ନାରୀ ଅତ୍ୟାଚାର କମିବ କଣ ଅଗ୍ନିଶିଖା ପରି ହୁତୁହୁତୁ ହୋଇ ଜଳିବାରେ ଲାଗିଛି । ପ୍ରତହ୍ୟ ଦୁଷ୍କର୍ମ, ପୋଡ଼ି, ନିର୍ଯ୍ୟାତନା ଜନିତ ଆତ୍ମହତ୍ୟା ଆଦି ଘଟଣା ଘଟି ସାରା ବିଶ୍ୱରେ ଆମ ରାଜ୍ୟ ନିନ୍ଦିତ ହେଉଛି ବୋଲି ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଅଭିଯୋଗ କରିଛନ୍ତି । ନାରୀ ନିର୍ଯାତନା ରାଜ୍ୟରେ ଭୟଙ୍କର ବୃଦ୍ଧିକୁ ସରକାର ରୋକିବାରେ ଅସମର୍ଥ ହେବା ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଆହ୍ଵାନରେ କଂଗ୍ରେସ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି ରାଜ୍ୟର ମହିଳାଙ୍କୁ ବିଧାନସଭା ଘେରାଓ ପାଇଁ ହଜାର ହଜାର ସଂଖ୍ୟାରେ ମହିଳା ଯୋଗଦାନ କରିବାକୁ ନିବେଦନ କରିଛନ୍ତି । ତା ସହ ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମଙ୍କୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ଅନୁରୋଧ କହିଛନ୍ତି । ଆସନ୍ତାକାଲି ୨୪ ସେପ୍ଟେମ୍ବର ସକାଳ ୧୦ଟା ୩୦ରେ କଂଗ୍ରେସ ଭବନ ଠାରୁ ଏକ ଶୋଭାଯାତ୍ରା ବାହାରି ବିଧାନସଭା ଘେରାଓ କାର୍ଯ୍ୟକ୍ରମ ଅଛି। ଏହି କାର୍ଯ୍ୟକ୍ରମରେ ଓଡିଶା କଂଗ୍ରେସ ପ୍ରଭାରୀ ଶ୍ରୀମତୀ ତୁଳିକା କର୍ମା ଏବଂ ମହିଳା କଂଗ୍ରେସର ସମସ୍ତ କର୍ମକର୍ତ୍ତା ଯୋଗଦାନ କରିବେ ବୋଲି ଶ୍ରୀମତୀ ବାହିନୀପତି ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking