17.1 C
Bhubaneswar
Sunday, February 8, 2026
Homeଓଡିଶାମୋହନଙ୍କ ମୁହଁରେ ନବୀନଙ୍କ କାମର ପ୍ରଶଂସା

ମୋହନଙ୍କ ମୁହଁରେ ନବୀନଙ୍କ କାମର ପ୍ରଶଂସା

– ସ୍ୱଦେଶୀ କ୍ରୀଡା ପାଇଁ ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା କ୍ଷେତ୍ରରେ ଓଡିଶା ଦେଶରେ ପ୍ରଥମ
– ନବୀନଙ୍କ ସମୟରେ ରାଜ୍ୟରେ କ୍ରୀଡାର ବିକାଶ ଶୀର୍ଷକୁ ଛୁଇଁଥିଲା
– ବିଜେପିର ମିଛ ନ୍ୟାରେଟିଭ୍ ଗୁମର ଖୋଲିଲା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁମ୍ୱାଇ ଠାରେ ସ୍ୱଦେଶୀ କ୍ରୀଡା ଉପରେ ହେଉଥିବା ଏକ କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ବକ୍ତବ୍ୟରେ, ସ୍ୱଦେଶୀ କ୍ରୀଡା ଖୋଖୋର ବିକାଶ ପାଇଁ ଏଏନଏମଏସ ସହାଭାଗିତାରେ ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ବୋଲି ଗର୍ବର ସହ କହିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଦ୍ୱାରା କୁହାଯାଇଥିବା ଏହି ସେଣ୍ଟର ୨୦୨୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡିଶା ସରକାର ଓ ଏଏନଏମଏସ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷର ହେବା ପରେ ପ୍ରତିଷ୍ଠା ହୋଇଥିଲା।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଏହି ବକ୍ତବ୍ୟ ମାଧ୍ୟମରେ ନବୀନଙ୍କ ସମୟରେ ହୋଇଥିବା କାମର ପ୍ରଶଂସା କରିଛନ୍ତି ବୋଲି ବିଜୁ ଜନତା ଦଳ କହିଛି। ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ବିଜେଡି ବିଧାୟକ ତଥା ପୂର୍ବତନ କ୍ରୀଡା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଶ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ, କ୍ରୀଡାର ବିକାଶ କ୍ଷେତ୍ରରେ ଓଡିଶା ଶୀର୍ଷରେ ପହଞ୍ଚିଥିଲା। ରାଜ୍ୟରେ କ୍ରୀଡା ଭିତ୍ତିଭୂମି ନିର୍ମାଣରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଥିବା ବେଳେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ୱଦେଶୀ କ୍ରୀଡା ଖୋଖୋ ଖେଳର ବିକାଶ ପାଇଁ ରାଜ୍ୟରେ ଏକ ହାଇ ପରଫରମାନ୍ସ ସେଣ୍ଟର ପ୍ରତିଷ୍ଠା ପାଇଁ ୨୦୨୩ ମସିହା ନଭେମ୍ୱର ୧୦ ତାରିଖରେ ରାଜ୍ୟ ସରକାର ଓ ଏଏନଏମଏସ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।

ନବୀନଙ୍କ ସମୟରେ କିଛି ବିକାଶ ମୂଳକ କାମ ହୋଇନାହିଁ ବୋଲି ବିଜେପି କହି ଆସୁଥିବା ବେଳେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ନବୀନ ପଟ୍ଟନାୟକଙ୍କ ଉପଲବ୍ଧିକୁ ଗର୍ବର ସହିତ ରାଜ୍ୟ ବାହାରେ ହେଉଥିବା ଏକ କାର୍ଯ୍ୟକ୍ରମରେ ରାଜ୍ୟର ଶ୍ରେୟ ଭାବେ ବର୍ଣ୍ଣନା କରିବା, ବୁଦ୍ଧିଜୀବୀ ମହଲରେ ଭୃକୁଞ୍ଚନ ସୃଷ୍ଟି କରିଛି। ନବୀନ ସରକାରଙ୍କ ବିରୋଧରେ ବିଜେପି ଅନେକ ମିଛ ନ୍ୟାରେଟିଭ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରିଥିଲା ବୋଲି ବିଜେଡି ତରଫରୁ କୁହା ଯାଇଆସୁଛି, ଯାହା ସତ୍ୟ ବୋଲି ମୁଖ୍ୟମନ୍ତ୍ରୀଙ୍କ ଆଜିର ବକ୍ତବ୍ୟରୁ ସ୍ପଷ୍ଟ ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking