25.9 C
Bhubaneswar
Tuesday, April 7, 2026
Homeଦେଶ ବିଦେଶମୋଦୀଙ୍କୁ ଫୋନ କଲେ ମହମ୍ମଦ ୟୁନୁସ୍

ମୋଦୀଙ୍କୁ ଫୋନ କଲେ ମହମ୍ମଦ ୟୁନୁସ୍

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାରର ନୂତନ ମୁଖ୍ୟ ମହମ୍ମଦ ୟୁନୁସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍ କରି ବାଂଲାଦେଶୀ ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ନିଜେ ପିଏମ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଏହି ସୂଚନା ଦେଇଛନ୍ତି । ଏକ୍ସରେ ମୋଦୀ ଲେଖିଛନ୍ତି, “ପ୍ରଫେସର ମହମ୍ମଦ ୟୁନୁସଙ୍କ ସହ ଫୋନ୍ ଯୋଗେ କଥାହେଲି ଓ ବାଲାଂଦେଶର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ମତ ବିନିମୟ କଲି। ଗଣତାନ୍ତ୍ରିକ, ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ପ୍ରଗତିଶୀଳ ବାଂଲାଦେଶ ପାଇଁ ଭାରତର ସମର୍ଥନକୁ ଦୋହରାଇଥିଲି। ବାଂଲାଦେଶର ହିନ୍ଦୁ ଓ ସମସ୍ତ ସଂଖ୍ୟାଲଘୁଙ୍କ ସୁରକ୍ଷା, ନିରାପତ୍ତା ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି।“

ଗତକାଲି ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶ ପ୍ରସଙ୍ଗ ଉଠାଇଥିଲେ । ହିଂସାଗ୍ରସ୍ତ ବାଂଲାଦେଶରେ ସ୍ଥିତି ଖୁବ୍ ଶୀଘ୍ର ସ୍ୱାଭାବିକ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ପଡ଼ୋଶୀ ଦେଶରେ ହିନ୍ଦୁ ଓ ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ନେଇ ୧୪୦ କୋଟି ଭାରତୀୟ ଚିନ୍ତିତ। ଅନ୍ୟପକ୍ଷରେ ମହମ୍ମଦ ୟୁନୁସ୍ କିଛିଦିନ ତଳେ ରାଜଧାନୀ ଢାକାର ଢାକେଶ୍ୱରୀ ମନ୍ଦିର ଯାଇ ବାଂଲାଦେଶର ହିନ୍ଦୁମାନଙ୍କ ସହ ଆଲୋଚନା କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ବହିଷ୍କାର କରାଯିବା ପରେ ନିକଟରେ ହୋଇଥିବା ହିଂସା ସମୟରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ କରିଥିବା ଲୋକଙ୍କୁ ଦଣ୍ଡ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking