16.1 C
Bhubaneswar
Monday, February 9, 2026
Homeଦେଶ ବିଦେଶମହମ୍ମଦ ଶମୀଙ୍କ ଭଉଣୀ, ଭିଣୋଇ ମନରେଗା ଯୋଜନାରେ ପଞ୍ଜିକୃତ: ରିପୋର୍ଟ

ମହମ୍ମଦ ଶମୀଙ୍କ ଭଉଣୀ, ଭିଣୋଇ ମନରେଗା ଯୋଜନାରେ ପଞ୍ଜିକୃତ: ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ଦଳର ଦ୍ରୁତ ତଥା ଷ୍ଟାର ବୋଲର ମହମ୍ମଦ ଶମୀ ଭଉଣୀ ଏବଂ ଭିଣୋଇ କେନ୍ଦ୍ର ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଅଧୀନରେ ପଞ୍ଜିକୃତ ହୋଇ ମଜୁରୀ ଗ୍ରହଣ କରିଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦାବି କରାଯାଇଛି ଯେ, ୨୦୨୧ରୁ ୨୦୨୪ ମଧ୍ୟରେ ଶମୀଙ୍କ ଭଉଣୀ ଶାବିନା ଏବଂ ତାଙ୍କ ସ୍ୱାମୀ ଏହି ଯୋଜନା ଅଧୀନରେ ନିଜକୁ ଉତ୍ତରପ୍ରଦେଶର ଅମରୋହା ପ୍ରାନ୍ତରୁ ଶ୍ରମିକ ଭାବେ ପଞ୍ଜିକୃତ କରି ଟଙ୍କା ଗ୍ରହଣ କରିଥିବାର ପ୍ରମାଣ ମିଳିଛି।

ତେବେ ଏହି ଖବର ବିଷୟରେ ଶମୀଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ପ୍ରକାଶ, ଶମୀ ଭାରତୀୟ କ୍ରିକେଟ୍ ଦଳର ନିୟମିତ ବୋଲର ରହିଥିବା ବେଳେ ତାଙ୍କର ବାର୍ଷିକ ଆୟ କୋଟି କୋଟି ଟଙ୍କା। ଏପରିସ୍ଥଳେ ତାଙ୍କ ଭଉଣୀ, ଭିଣୋଇଙ୍କ ପରିବାରର ଆର୍ଥିକ ସ୍ଥିତି କେତେ ମାତ୍ରାରେ ସ୍ୱଚ୍ଛଳ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିଲେ ମଧ୍ୟ ମନରେଗା ଯୋଜନାରେ ସେମାନେ ପଞ୍ଜିକୃତ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ମଧ୍ୟରେ ଶମୀଙ୍କୁ ଚାମ୍ପିଅନ୍ସ ଟ୍ରଫିରେ ଖେଳୁଥିବା ବେଳେ ତାଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ମା ଏବଂ ତାଙ୍କ ଭଉଣୀ ପଡ଼ିଆକୁ ଆସିଥିବା ଦେଖିବାକୁ ମିଳିଥିଲା। ଏଥିରୁ ଶମୀଙ୍କ ସହ ତାଙ୍କ ଭଉଣୀଙ୍କ ସମ୍ପର୍କ ଭଲ ଥିବା ସ୍ପଷ୍ଟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking