22.1 C
Bhubaneswar
Friday, February 6, 2026
Homeଓଡିଶାଝାରସୁଗୁଡା ଗସ୍ତ ପୂର୍ବରୁ ‘ଏକ୍ସ’ରେ ମୋଦୀଙ୍କ ପୋଷ୍ଟ  

ଝାରସୁଗୁଡା ଗସ୍ତ ପୂର୍ବରୁ ‘ଏକ୍ସ’ରେ ମୋଦୀଙ୍କ ପୋଷ୍ଟ  

ନୂଆଦିଲ୍ଲୀ: ଝାରସୁଗୁଡା ଆସୁଥିବା ନେଇ ଏକ୍ସରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଲେଖିଛନ୍ତି, ୫୦ ହଜାର କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟର ଉଦଘାଟନ ହେବ ।  ୯୭,୫୦୦ରୁ ଅଧିକ ଟେଲିକମ ଟାୱାର କାର୍ଯ୍ୟକ୍ଷମ ହେବ । ସୀମାନ୍ତ ଓ ମାଓ ପ୍ରବାବିତ ଅଞ୍ଚଳରେ ସଂଯୋଗ ବୃଦ୍ଧି କରିବ । ରେଳ ସଂଯୋଗ, ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟନ ହେବ । ଏହା ବିକଶିତ ଭାରତ ନିର୍ମାଣ ଦୃଷ୍ଟିକୋଣ ସହିତ ସମାନ । ଗରିବ ଏବଂ ଦଳିତ ଲୋକେ ସର୍ବାଙ୍ଗୀନ ବିକାଶର ସୁଯୋଗ ପାଇବେ ।

ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୭୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଦେବେ। ବ୍ରହ୍ମପୁର ଏବଂ ସୁରଟ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ । ଭିଡିଓ କନଫରେନ୍ସିଂ ଜରିଆରେ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ।ସମ୍ବଲପୁର ସିଟି ଏବଂସରଲା ମଧ୍ୟରେ ରେଳ ଫ୍ଲାଇଓଭର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ।କୋରାପୁଟ-ବାଇଗୁଡ଼ା ରେଳ ଲାଇନ ଏବଂ ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନର ଦୋହରୀକରଣକୁ ଲୋକାର୍ପଣ ।ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଓ ଇଏସଡିଏମ୍ ପାର୍କ ପ୍ରତିଷ୍ଠାର ଶିଳାନ୍ୟାସ । ରାଜ୍ୟ ସରକାରଙ୍କ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପ୍ରକଳ୍ପର ଶୁଭାରମ୍ଭ।ରାଜ୍ୟର ୧୩୦ଟି ଉଚ୍ଚଶିକ୍ଷାନୁଷ୍ଠାନରେ ୱାଇଫାଇ ସେବା ଉଦଘାଟନ୍ ।ଭୀମ୍‌ସାର ଓ ଏମ୍‌କେସିଜି କଲେଜର ଉନ୍ନତୀକରଣ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନର ଲୋକାର୍ପଣ ।ଅନ୍ତୋଦୟ ଗୃହ ଯୋଜନାରେ ୫୦ହଜାର ପରିବାରକୁ ଗୃହ ନିର୍ମାଣ ପାଇଁ ମଞ୍ଜୁରି ପତ୍ର ପ୍ରଦାନ।ଦେଶର ୮ଟି ଆଇଆଇଟିର କ୍ଷମତା ବୃଦ୍ଧି ପ୍ରକଳ୍ପର ଶିଳାନ୍ୟାସ ।ସାରା ଦେଶରେ ୪ଜି ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking