26.1 C
Bhubaneswar
Wednesday, March 18, 2026
Homeଦେଶ ବିଦେଶଚର୍ଚ୍ଚାରେ ସୁନୀତା ୱିଲିୟମ୍ସଙ୍କୁ ଲେଖିଥିବା ମୋଦୀଙ୍କ ଚିଠି

ଚର୍ଚ୍ଚାରେ ସୁନୀତା ୱିଲିୟମ୍ସଙ୍କୁ ଲେଖିଥିବା ମୋଦୀଙ୍କ ଚିଠି

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ତଥା ୫୯ ବର୍ଷୀୟ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧ ତାରିଖରେ ଲେଖିଥିବା ଏକ ଚିଠିକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ବାସ୍ତବରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ଚିଠିଟିକୁ ମଙ୍ଗଳବାର ଦିନ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ସାମ୍ନାକୁ ଆସିଛି। ଏଥିରେ ସୁନୀତାଙ୍କୁ ମହାକାଶରୁ ପୃଥିବୀ ପୃଷ୍ଠକୁ ସକୁଶଳେ ଫେରି ଆସିବା ପରେ ଭାରତ ଗସ୍ତରେ ଆସିବାକୁ ଏବଂ ଏହି ସମୟକୁ ପ୍ରତ୍ୟେକ ଭାରତୀୟ ଅପେକ୍ଷା କରିଥିବା ମୋଦୀ ଲେଖିଥିବା ଜଣାପଡିଛି। ସେହିପରି ସୁନୀତା ଏବଂ ତାଙ୍କ ସାଥୀ ଅନ୍ୟ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ମୋଦୀ ପଚାରି ବୁଝିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ୧.୪ କୋଟି ଭାରତୀୟ ସର୍ବଦା ସୁନୀତାଙ୍କ ସଫଳତା ପାଇଁ ଗର୍ବ ଅନୁଭବ କରୁଥିବା ସମ୍ପର୍କରେ ମଧ୍ୟ ଲେଖିଛନ୍ତି। ସୁନୀତାଙ୍କ ମାଆ, ବୋନି ପାଣ୍ଡେ, ତାଙ୍କ ଫେରିବା ବାଟକୁ ଅପେକ୍ଷା କରିଥିବା ମୋଦୀ ଉଲ୍ଲେଖ କରିଛନ୍ତି। ସୁନୀତାଙ୍କ ଦିବଂଗତ ବାପା ଦୀପକ ପାଣ୍ଡେ (ଗୁଜରାଟର ବାସିନ୍ଦା ଥିଲେ ଏବଂ ୨୦୨୦ ମସିହାରେ ମୃତ୍ୟୁବରଣ କରିଥିଲେ)ଙ୍କ ସମ୍ପର୍କରେ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ସ୍ୱର୍ଗତ ଦୀପକଭାଇଙ୍କ ଆଶୀର୍ବାଦ ସଦାସର୍ବଦା ସୁନୀତାଙ୍କ ସହ ରହିଛି ବୋଲି ସେ ବିଶ୍ୱାସ କରୁଛନ୍ତି। ଯଦିଓ ସୁନୀତା ଆଜି ହଜାର ହଜାର ମାଇଲ ଦୂରରେ ଅଛନ୍ତି, ସେ କିନ୍ତୁ ପ୍ରତ୍ୟେକ ଭାରତୀୟ ଏବଂ ଆମେରିକୀୟଙ୍କ ହୃଦୟର ନିକଟତର ଅଛନ୍ତି। ଭାରତର ଲୋକମାନେ ସୁନୀତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ତୁମର ମିଶନରେ ସଫଳତା ପାଇଁ ପ୍ରାର୍ଥନା କରୁଛନ୍ତି। ଭାରତକୁ ଗର୍ବିତ କରିଥିବା ଝିଅମାନଙ୍କ ମଧ୍ୟରୁ ଅନ୍ୟତମ ସୁନୀତାଙ୍କୁ ଆତିଥ୍ୟ ଦେବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଆନନ୍ଦର ବିଷୟ ହେବ।

ଜୁନ୍ ୨୦୨୪ରୁ ଏଯାଏ ଅର୍ଥାତ୍ ଦୀର୍ଘ ୯ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍‌ଏସ୍‌)ରେ ଫସି ରହିଥିବା ସୁନୀତା ଏବଂ ତାଙ୍କ ସହମହାକାଶ ଯାତ୍ରୀ ବୁଚ୍ ୱିଲମୋର୍‌ଙ୍କ ସହ ଅନ୍ୟ ୨ ମହାକାଶଚାରୀ ମଙ୍ଗଳବାର ଦିନ ପୃଥିବୀକୁ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିଛନ୍ତି। ଏମାନେ ସମସ୍ତେ ଭାରତୀୟ ସମୟ ମଙ୍ଗଳବାର ରାତି ୩ଟା ୩୦ ମିନିଟ୍ ସମୟରେ ପୃଥିବୀ ପୃଷ୍ଠରେ ଅବତରଣ କରିବେ। ଏମାନେ ପୃଥିବୀ ଅଭିମୁଖେ ଯାତ୍ରା କରିବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲିଖିତ ଚିଠିଟି ସାର୍ବଜନୀନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking