27.1 C
Bhubaneswar
Monday, July 8, 2024
Homeଦେଶ ବିଦେଶ୮ରୁ ୩ ଦିନିଆ ବିଦେଶ ଗସ୍ତରେ ଯିବେ ମୋଦୀ; ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପାକିସ୍ତାନକୁ ବଡ଼...

୮ରୁ ୩ ଦିନିଆ ବିଦେଶ ଗସ୍ତରେ ଯିବେ ମୋଦୀ; ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପାକିସ୍ତାନକୁ ବଡ଼ ଅଫର ଦେଲା ରୁଷ୍‌

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆସନ୍ତା ଜୁଲାଇ ୮-୧୦ରେ ରୁଷ୍ ଫେଡେରେଶନ ଏବଂ ଅଷ୍ଟ୍ରିଆ ରିପବ୍ଲିକ୍‌କୁ ୩ ଦିନିଆ ବିଦେଶ ଗସ୍ତ କରିବେ । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦର୍ଶାଇଛି ଯେ, ରୁଷ୍ ଫେଡେରେସନ ଅଧ୍ୟକ୍ଷ ଭ୍ଲାଦିମିର ପୁତିନ୍‌ଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଗସ୍ତରେ ଯିବେ । ଚୂଡାନ୍ତ କାର୍ଯ୍ୟକ୍ରମ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୮ରୁ ୯ ପର୍ଯ୍ୟନ୍ତ ମସ୍କୋରେ ରହିବେ । ଏହି ସମୟରେ ଏହି ଦୁଇ ଶୀର୍ଷନେତା ଦ୍ୱିପାକ୍ଷିକ ତଥା ବହୁମୁଖୀ ସମ୍ପର୍କକୁ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବେ ଏବଂ ପାରସ୍ପରିକ ସ୍ୱାର୍ଥର ସମସାମୟିକ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ବିଚାର କରିବେ । ଏତଦ୍‌ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ପୁତିନ୍ ପାରମ୍ପରିକ ଭାବରେ ବନ୍ଧୁତ୍ୱପୂର୍ଣ୍ଣ ରୁଷିଆ-ଭାରତୀୟ ସମ୍ପର୍କର ବିକାଶ ତଥା ଅନ୍ତର୍ଜାତୀୟ ତଥା ଆଞ୍ଚଳିକ ଏଜେଣ୍ଡାର ପ୍ରାସଙ୍ଗିକ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପ୍ରକାଶ, ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହା ପ୍ରଥମ ରୁଷ୍ ଗସ୍ତ ହେବ ।
ସେହିପରି ମୋଦୀ ଜୁଲାଇ ୯ରେ ଅଷ୍ଟ୍ରିଆ ଗସ୍ତ କରିବେ ଏବଂ ସେଠାରେ ୧୦ତାରିଖ ପର୍ଯ୍ୟନ୍ତ ରହିବେ । ଗତ ୪୧ ବର୍ଷ ମଧ୍ୟରେ ଅଷ୍ଟ୍ରିଆରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହେବ । ସେ ଅଷ୍ଟ୍ରିଆର ରାଷ୍ଟ୍ରପତି ଆଲେକ୍‌ଜାଣ୍ଡାର ୱାନ ଡେ ବେଲେନଙ୍କୁ ଭେଟିବେ ଏବଂ ଅଷ୍ଟ୍ରିଆର ଚାନ୍ସସେଲର କାର୍ଲ ନେହାମରଙ୍କ ସହ ମଧ୍ୟ ଆଲୋଚନା କରିବେ । ଭାରତ ଏବଂ ଅଷ୍ଟ୍ରିଆର ବ୍ୟବସାୟିକ ନେତାମାନଙ୍କୁ ଦୁଇ ଦେଶର ଶୀର୍ଷ ନେତା ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମସ୍କୋ ତଥା ଭିଏନାରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟଙ୍କ ସହ ଯୋଗାଯୋଗ କରିବେ ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ମୋଦୀଙ୍କ ରୁଷ୍ ଗସ୍ତ ପୂର୍ବରୁ ହିଁ ରୁଷ୍ ପାକିସ୍ତାନକୁ ଏକ ବଡ଼ ଅଫର ଦେଇଥିବା ଜାଣିବାକୁ ମିଳିଛି । କାଜାକ୍‌ସ୍ତାନରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ପୁତିନ୍‌, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫଙ୍କୁ ଭେଟିଛନ୍ତି । ଏହି ସମୟରେ ଅଶୋଧିତ ତୈଳ ଏବଂ ଶକ୍ତି ଯୋଗାଣ ବୃଦ୍ଧି ପାଇଁ ପୁତିିନ୍‌, ଶେହବାଜ ଶରିଫଙ୍କୁ ଅଫର ଦେଇଥିବା ରିପୋର୍ଟ ମିଳିଛି । ଶେହବାଜ୍ ଶରିଫ୍‌ଙ୍କ ଅନୁରୋଧ ଅନୁଯାୟୀ, ରୁଷ୍ ଏବେ ପାକିସ୍ତାନୀ ବଜାରକୁ ଶସ୍ୟ ଯୋଗାଣ ବୃଦ୍ଧି କରି ପାକିସ୍ତାନର ଖାଦ୍ୟ ସୁରକ୍ଷାକୁ ସମର୍ଥନ କରୁଛି । ସେହିପରି ଶକ୍ତି ଏବଂ କୃଷି କ୍ଷେତ୍ରରେ ରୁଷ୍ ଏବେ ପାକିସ୍ତାନକୁ ଶକ୍ତି ଉତ୍ସ ଯୋଗାଇବା ଆରମ୍ଭ କରିଥିବା ଏବଂ ଏହି ଯୋଗାଣକୁ ଆହୁରି ବୃଦ୍ଧି କରିବାକୁ ପ୍ରସ୍ତୁତ ଥିବା ପୁତିନ୍‌, ଶେହବାଜ ଶରିଫ୍‌ଙ୍କୁ ପତିଶ୍ରୁତି ଦେଇଥିବା ମଧ୍ୟ ଜଣାପଡିଛି । ତେବେ ପାକିସ୍ତାନ ପ୍ରତି ରୁଷ୍‌ର ଏପ୍ରକାର ସମର୍ଥନ ଓ ସହଯୋଗ, ଭାରତ-ରୁଷ୍ ମଧ୍ୟରେ ଥିବା ରଣନୈତିକ, ଅର୍ଥନୈତିକ, ସାମରିକ ଭାଗିଦାରୀ ସହ ସୁଦୃଢ଼ ବନ୍ଧୁତାକୁ ମଦ୍‌ୟ ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking