ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ନରେନ୍ଦ୍ର ମୋଦୀ । ଫୋନ କରି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦି । ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କଲେ ପ୍ରଧାନମନ୍ତ୍ରୀ ମୋଦି । କିଛି ଦିନ ବିଶ୍ରାମ ନେବାକୁ ନବୀନଙ୍କୁ ପରାମର୍ଶ ଦେଲେ । ସଂପୂଣ୍ଣ ଆରୋଗ୍ୟ ପରେ ଦିଲ୍ଲୀ ଆସିଲେ ଭେଟିବାକୁ କହିଲେ ପ୍ରଧାନମନ୍ତ୍ରୀ ମୋଦୀ । ଗତ କିଛି ଦିନ ତଳେ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଯୋଗୁଁ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲକୁ ଯାଇ ଅନେକ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ତେବେ ସେ ହସପିଟାଲରୁ ଡିସଚାର୍ଜ ହୋଇଛନ୍ତି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।










