ଭୁବନେଶ୍ୱର: ଆସନ୍ତାକାଲି ମୋଦୀଙ୍କ ଗସ୍ତ ପୂର୍ୱରୁ ବିଜେପିକୁ ଟାର୍ଗେଟ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ପ୍ରେସମିଟ କରି ବିଜେଡି କହିଛି ପ୍ରଧାନମନ୍ତ୍ରୀ ରାଜ୍ୟର ଆଇନଶୃଙ୍ଖଳା ବିଷୟରେ ସମୀକ୍ଷା କରି ସରକାରଙ୍କୁ ପରାମର୍ଶ ଦିଅନ୍ତୁ । ଗୋପାଳପୁର କେନ୍ଦୁଝରରେ ଅଭାବନୟ ଘଟଣା ଘଟିଛି କିନ୍ତୁ ରାଜ୍ୟ ସରକାର କେବଳ ଉତ୍ସବ ପାଳନ କରୁଛନ୍ତି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ । ତେବେ ବିରୋଧୀଙ୍କ ଅଭିଯୋଗକୁ ନେଇ କଡା ଜବାବ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ବର୍ଷକର ବିକାଶକୁ ସହିନପାରି ଅସହିଷ୍ଣୁ ହୋଇପଡିଛନ୍ତି ବିଜେଡି । ଏଣୁ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବିରୋଧୀ ଏହା ସହ ମନମୋହନ କହିଛନ୍ତି ଅପରାଧର ଜାତି ଧର୍ମ ବଣ୍ଣ ନାହିଁ । ସବୁ ମାମଲାରେ ଦୃଷ୍ଟାନ୍ତ ମୁଳକ କାଯ୍ୟାନୁଷ୍ଟାନ ନିଆଯିବ ।










