37.6 C
Bhubaneswar
Saturday, April 11, 2026
Homeଓଡିଶାପଶ୍ଚିମବଙ୍ଗରେ ଟିଏମସି ଉପରେ ବର୍ଷିଲେ ମୋଦି

ପଶ୍ଚିମବଙ୍ଗରେ ଟିଏମସି ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାଜନୈତିକ ରଣାଙ୍ଗନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ବିରୋଧରେ ଏକ ଶାଣିତ ଆକ୍ରମଣ କରିଛନ୍ତି । ବିଜେପି ପ୍ରତି ଜନସାଧାରଣଙ୍କ ବଢୁଥିବା ସମର୍ଥନ ଦେଖି ଟିଏମସି ଏବେ ‘ପ୍ୟାନିକ୍ ମୋଡ୍’ ବା ଆତଙ୍କିତ ଅବସ୍ଥାରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବର୍ଦ୍ଧମାନ ଓ ଜଙ୍ଗିପୁରଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରି ସେ ଘୋଷଣା କରିଛନ୍ତି ଯେ, ଯଦି ରାଜ୍ୟରେ ବିଜେପି କ୍ଷମତାକୁ ଆସେ, ତେବେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ ହେବା ସହ ରାଜନୈତିକ ହିଂସାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରୁ ସମସ୍ତ ଅନୁପ୍ରବେଶକାରୀଙ୍କୁ ବିଦା କରିବା ପାଇଁ ଦୃଢ଼ ପ୍ରତିଶୃତି ଦେବା ସହ ସେମାନଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଦଣ୍ଡିତ କରାଯିବ ବୋଲି କହିଛନ୍ତି । ରାଜ୍ୟରେ ଚାଲିଥିବା ‘ସିଣ୍ଡିକେଟ୍ ରାଜ୍’ ଓ ଦୁର୍ନୀତିର ପର୍ଦ୍ଦାଫାଶ କରିବା ପାଇଁ ବିଜେପି ସରକାର ଏକ ଶ୍ୱେତପତ୍ର ଜାରି କରିବ ବୋଲି ସେ ସୂଚନା ଦେଇଛନ୍ତି । ଏଥିସହିତ ରାଜନୈତିକ ହିଂସାର ତଦନ୍ତ ପାଇଁ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ ତଦନ୍ତ କମିଶନ ଗଠନ କରାଯିବ । ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଟିଏମସି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ବନ୍ଦ କରାଯିବ ନାହିଁ, ବରଂ ସେଥିରୁ ଦୁର୍ନୀତିକୁ ହଟାଇବା ସହ ପ୍ରଥମ କ୍ୟାବିନେଟ୍ ବୈଠକରେ ହିଁ ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking