ନୂଆଦିଲ୍ଲୀ : ଏଣିକି ଲଦାଖକୁ ସବୁ ଋତୁରେ ଯିବା ଆସିବା କରିପାରିବେ ଲୋକେ । ସୋନମାର୍ଗ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି । ସାଢେ ୬ କିଲୋ ମିଟର ଲମ୍ବା ସୁଡଙ୍ଗ । ଜେଡ୍ ମୋଡ ସୁଡ଼ଙ୍ଗ କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଦିନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ପୋଷ୍ଟରେ ମୋଦୀ ଳେଖିଥିଲେଏହି ସୁଡ଼ଙ୍ଗ ନିର୍ମାଣ ପରେ ୧୨ କିଲୋମିଟର ଦୂରତା କମି ଯାଇ ୬.୫ କିଲୋମିଟର ସିମିତ ହୋଇଛି । ଆଉ ଏହି ଦୂରତା କୁ ପୁରା କରିବା ପାଇଁ ମାତ୍ର ୧୫ ମିନିଟ୍ର ସମୟ ଲାଗିବ । ସୁଡ଼ଙ୍ଗ ଖୋଲିଲେ ସବୁଠାରୁ ଅଧିକା ଲାଭ ହେବ ଯେ ଶୀତ ଦିନେ ଜିବା ଆସିବା ସମୟରେ ତୁଷାରପାତ ଯୋଗୁଁ ଘଣ୍ଟା ଘଣ୍ଟା ଆଉ ହାଇୱେରେ ଅଟକି ରହିବାକୁ ପଡିବ ନାହିଁ ।