26.1 C
Bhubaneswar
Wednesday, March 11, 2026
Homeଓଡିଶାମୋଦୀ ସରକାରର ତେଲ ଓ ଗ୍ୟାସ କଳାବଜାରୀ ମସୁଧା

ମୋଦୀ ସରକାରର ତେଲ ଓ ଗ୍ୟାସ କଳାବଜାରୀ ମସୁଧା

ଭୁବନେଶ୍ୱର: କଂଗ୍ରେସ ଭବନ ଠାରେ ସାମ୍ବାଦିକଙ୍କୁ ଏକ ବିବୃତିରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ଭାରତକୁ ମୋଦୀ ସରକାର ଏକ ମହାସଙ୍କଟ ଆଡକୁ ଟାଣି ନେଉଛନ୍ତି । ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବିଭିଷିକା ଯୋଗୁ ଭାରତ ଉପରେ ଗ୍ୟାସ ଏବଂ ତେଲ ସଙ୍କଟ ସମ୍ଭାବନା ଦେଖାଦେଇଛି । ସରକାରଙ୍କ ପକ୍ଷରୁ ସବୁନିୟନ୍ତ୍ରଣରେ ଅଛି ବୋଲି ଘୋଷଣା ହେଉଛି । କିନ୍ତୁ ଏପଟେ ଗ୍ୟାସ ଭର୍ତ୍ତି ଅବଧି ୧୫ ଦିନରୁ ୨୧ ଦିନ କରିଥିଲେ । ଏବେ କହିଲେଣି ୨୫ ଦିନ ପୂର୍ବରୁ ବୁକିଙ୍ଗ କରିପାରିବ ନାହିଁ । ପୁଣି ଘରୋଇ ସିଲିଣ୍ଡର ପିଛା ୬୦ ଟଙ୍କା ଏବଂ ବ୍ୟବସାୟିକ ସିଲିଣ୍ଡର ପିଛା ୧୧୫ ଟଙ୍କା ବୃଦ୍ଧି କରି ଜନତାଙ୍କ ପେଟ ଉପରେ ଲାତ ମାରିବା କାମ କରୁଛନ୍ତି । ପ୍ରଥମ ୩ ଦିନ ମୋବାଇଲ ଓ ହ୍ୱାଟସପ୍ ବୁକିଙ୍ଗ ବନ୍ଦ କରିଦେଇ କଳାବଜାରି ମାନଙ୍କୁ ପରୋକ୍ଷରେ ପ୍ରୋତ୍ସାହନ ଦେଇଛନ୍ତି । ମଧ୍ୟପ୍ରାଚୀର ଯୁଦ୍ଧ ନାମରେ ବିଜେପି ସରକାର ଗ୍ୟାସ ଏବଂ ତୈଳ କଳାବଜାରୀ କରିବାକୁ ମସୁଧା କରିଛନ୍ତି । ଠିକ୍ ସେହିଭଳି ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୧୫ ଟଙ୍କା ହେବାକୁ ଯାଉଛି । କିନ୍ତୁ ଲିଟର ପିଛା ୨୦ ରୁ ୨୫ ଟଙ୍କା ବଢ଼ାଇବାକୁ ସରକାର ଏତେ ଉଚ୍ଛନ୍ନ କାହିଁକି? ଇପେଷ୍ଟିନ୍ ଫାଇନ୍ ପ୍ରକରଣରେ ମନ୍ତ୍ରୀ ହରଦୀପ ସିଂପୁରୀଙ୍କୁ ବିଦା ନ କରି ଦେଶବାସୀଙ୍କୁ ଲଜ୍ଜିତ କଲେ । କମ୍‌ସେ କମ୍ ତୈଳ ସଂକଟ ମୁକାବିଲାରେ ଶ୍ରୀ ପୁରୀଙ୍କ ଅପାରଗତା ପାଇଁ ତାଙ୍କୁ ମୋଦୀଜୀ ବିଦା କରୁନାହାନ୍ତି କାହିଁକି? ୧୯୭୯ ରୁ ଭାରତ ସହ ଅତୁଟ ସଂପର୍କ ରଖିଥିବା ଇରାନ୍ ସହିତ ମଧ୍ୟ ମୋଦୀ ସରକାର ଅତୁଟ ରଖିପାରିବେଲ ନାହିଁ । ଟ୍ରମ୍ପଙ୍କ ଭୟରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ କାର୍ଯ୍ୟ କରୁଛନ୍ତି । ଟ୍ରମ୍ପଙ୍କୁ ଡରି ଅପରେସନ ସିନ୍ଦୁର ଅଧାରୁ ବନ୍ଦ କରିଦେଲେ ପୁଣି ୫୦ ପ୍ରତିଶତ ଟାରିଫ ଭୟରେ ଚୁକ୍ତିନାମା କଲେ । ବର୍ତ୍ତମାନ ଟ୍ରମ୍ପଙ୍କ ନିର୍ଦ୍ଦେଶାନୁସାରେ ଋଷିଆରୁ ତୈଳ ଆମଦାନି କରିବାକୁ ଯାଉଛନ୍ତି । ଏ ସମସ୍ତ କଣ ନରେନ୍ଦ୍ର ମୋଦୀଙ୍କ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆଗରେ ସରେଣ୍ଡର ନୁହେଁ କି?

ବର୍ତ୍ତମାନ ଚର୍ଚ୍ଚା ହେଉଛି ହୋଟେଲ ମାନଙ୍କୁ ଗ୍ୟାସ ଯୋଗାଣ କଟକଣା କରାଯାଇପାରେ । ଏହାଦ୍ୱାରା କେବଳ ହୋଟେଲ ବ୍ୟବସାୟୀ ନୁହଁ । ସାଧାରଣ ଜନତା ଏବଂ ହୋଟେଲ ଶିଳ୍ପରେ କାମ କରୁଥିବା ଲକ୍ଷ ଲକ୍ଷ କର୍ମଜୀବିଙ୍କ ଉପାର୍ଜନ ଉପରେ ପ୍ରଭାବ ପଡିବ । ଏହା ବ୍ୟତିତ ଗ୍ୟାସ ବିତରଣ ଯଦି ସରକାର ସମ୍ଭାଳି ପାରିବେ ନାହିଁ ତେବେ ଦେଶରେ ହା ହା କାର ଦେଖାଯିବ । ଲୋକେ ରାଜରାସ୍ତାକୁ ଆସିବେ । ଦେଶ ବିଭିନ୍ନ ସଂକଟ ଦେଇ ଗତି କରୁଥିବାବେଳେ ପ୍ରଧାନମନ୍ତ୍ରୀଙ୍କୁ ବିଦେଶ ବୁଲାରୁ ଅବସର ମିଳୁନାହିଁ । ଏହି ସରକାର ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହେଉଛି । ତେବେ କଂଗ୍ରେସ ପକ୍ଷରୁ ଦାବି କରୁଛୁ ଉପଯୁକ୍ତ ମୁଲ୍ୟରେ ଏବଂ ସଠିକ୍ ସମୟରେ ଗ୍ୟାସ ଏବଂ ପେଟ୍ରୋଲ ଯୋଗାଣ ବିଧିବଧଭାବେ କରୁଛୁ । ନଚେତ କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ସଭାପତି ଶ୍ରୀ ଦାସ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking