16.1 C
Bhubaneswar
Thursday, February 5, 2026
Homeଓଡିଶାବ୍ରହ୍ମପୁର ବଦଳରେ ଝାରସୁଗୁଡାରେ ମୋଦି କାର୍ଯ୍ୟକ୍ରମ!

ବ୍ରହ୍ମପୁର ବଦଳରେ ଝାରସୁଗୁଡାରେ ମୋଦି କାର୍ଯ୍ୟକ୍ରମ!

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରହ୍ମପୁର ଗସ୍ତ ବାତିଲ୍ ହୋଇପାରେ। ବର୍ଷା ସମ୍ଭାବନାକୁ ନେଇ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇପାରେ। ବ୍ରହ୍ମପୁର ବଦଳରେ ଝାରସୁଗୁଡ଼ାରେ ହୋଇପାରେ ମୋଦିଙ୍କ କାର୍ଯ୍ୟକ୍ରମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାରସୁଗୁଡ଼ାର ଅମୁଲିପାଲି ପଡ଼ିଆରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ। ରଙ୍ଗେଇଲୁଣ୍ଡାରେ ହେବାକୁ ଥିବା ସେବା ପର୍ବ କାର୍ଯ୍ୟକ୍ରମ ବାତିଲ୍ ନେଇ ମିଳିଛି ସୂଚନା। ଆସନ୍ତା ୨୭ରେ ଗଞ୍ଜାମ ଗସ୍ତରେ ଆସିଥାନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୭ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପଛକୁ ପଛ ଲଘୁଚାପ ଥିବାରୁ କାର୍ଯ୍ୟକ୍ରମ ବାତିଲ ନେଇ ସୂଚନା ମିଳୁଛି। କିନ୍ତୁ ଏନେଇ କୌଣସି ବିଜେପି କିମ୍ବା ସରକାରୀସ୍ତରରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking