27.1 C
Bhubaneswar
Friday, December 5, 2025
Homeଓଡିଶାଓଡ଼ିଆ ଝିଅ ରଶ୍ମିତାଙ୍କ ସଫଳତା କହି ଯୁବପିଢ଼ୀଙ୍କୁ ଉତ୍ସାହିତ କରିଛନ୍ତି ମୋଦିଜୀ: ମନମୋହନ

ଓଡ଼ିଆ ଝିଅ ରଶ୍ମିତାଙ୍କ ସଫଳତା କହି ଯୁବପିଢ଼ୀଙ୍କୁ ଉତ୍ସାହିତ କରିଛନ୍ତି ମୋଦିଜୀ: ମନମୋହନ

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୧୨୫ତମ “ମନ୍ କି ବାତ୍‌” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ମୋଦିଜୀ କ୍ରୀଡ଼ା, ସୌରଶକ୍ତି, ସ୍ୱଦେଶୀ ଅଭିଯାନ, ଆତ୍ମନିର୍ଭର ଭାରତ, ସିଭଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଁ ଡିଜିଟାଲ ପ୍ଲାଟଫର୍ମ ପ୍ରତିଭା ସେତୁ, ଭାରତୀୟ ଇଞ୍ଜିନିୟରମାନଙ୍କ ଭୂମିକା ସମେତ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଛନ୍ତି। ଓଡ଼ିଶାର ରଶ୍ମିତା ସାହୁଙ୍କ ସଫଳତା ବିଷୟରେ ମୋଦିଜୀ କହି ଯୁବପିଢ଼ୀଙ୍କ ମଧ୍ୟରେ ଜଳକ୍ରୀଡ଼ା ପାଇଁ ଉତ୍ସାହ ବଢ଼ାଇଛନ୍ତି। ଶ୍ରୀନଗର ଡାଲ ହ୍ରଦରେ ଅନୁଷ୍ଠିତ ଖେଲ ଇଣ୍ଡିଆ ଜଳକ୍ରୀଡ଼ା ୨୦୨୫ରେ ସି୨ଡବ୍ଲ୍ୟୁ ୫୦୦ଏମ୍‌ରେ ରଶ୍ମିତା ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶାର ନାମ ଉଜ୍ଜ୍ୱଳ କରିଛନ୍ତି। ଏହି ପ୍ରତିଭାବାନ ନୌବାଳିକା ଆମ ସମସ୍ତଙ୍କ ପାଇଁ ଗୌରବ ଆଣିଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଭୁବନେଶ୍ୱର ବିଧାନସଭା ଅନ୍ତର୍ଗତ ନୟାପଲ୍ଲୀ ୱାର୍ଡ ନଂ.୩୯ସ୍ଥିତ ଶାସ୍ତ୍ରୀନଗର କମ୍ୟୁନିଟି ସେଂଟରରେ ଅନୁଷ୍ଠିତ “ମନ କି ବାତ” କାର୍ଯ୍ୟକ୍ରମରେ କହିଛନ୍ତି।

ଶ୍ରୀ ସାମଲ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ “ମନ କି ବାତ” କାର୍ଯ୍ୟକ୍ରମରେ ରଶ୍ମିତାଙ୍କ ସହ କଥା ହୋଇ ତାଙ୍କ ସଂଘର୍ଷ ଓ ସଫଳତା ଶୁଣିଥିଲେ। ଏହାଦ୍ୱାରା ଓଡ଼ିଶା ସମେତ ସାରା ଦେଶବାସୀ ରଶ୍ମିତାଙ୍କ ବିଷୟରେ ଅବଗତ ହୋଇପାରିଛନ୍ତି। ସେହିପରି ଫୁଟ୍‌ବଲ୍ ଖେଳକୁ ମଧ୍ୟ ଆଗକୁ ବଢ଼ାଇବା ପାଇଁ ମୋଦିଜୀ ପ୍ରୋତ୍ସାହିତ କରିଛନ୍ତି। ଏହି ଅବସରରେ ମୋଦିଜୀ ସ୍ୱଦେଶୀ ଓ ସଂସ୍କୃତି ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି। ଭାରତକୁ ଆତ୍ମନିର୍ଭର କରିବା ପାଇଁ ସେ ଯେଉଁ ପ୍ରୟାସ ଚଳାଇଛନ୍ତି ସେଥିରେ ସମସ୍ତେ ଭାଗିଦାରୀ ହେବାକୁ ଶ୍ରୀ ସାମଲ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ୩ ଜଣ ଭିନ୍ନକ୍ଷମଙ୍କୁ ହୁଇଲ୍ ଚେୟାର ବଂଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସମ୍ପାଦକ ସରୋଜ କର, ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କ ସମେତ ୩୯ନଂ. କର୍ପୋରେଟର ଗୀତାଞ୍ଜଳି ସାହୁ, ୬୦ନଂ. ବୁଥ୍ ସଭାପତି ରଶ୍ମିତା ପଣ୍ଡାଙ୍କ ସମେତ ବହୁ କାର୍ଯ୍ୟକର୍ତା ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ। ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଏହି “ମନ କି ବାତ” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking