32.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶମନୁ ଭାକର ଓ ସରବଜୋତ ସିଂହ ପଦକ ଜିତିବା ପରେ ଏକ୍ସରେ ଶୁଭେଚ୍ଛା ଜଣାଇଲେ ମୋଦୀ

ମନୁ ଭାକର ଓ ସରବଜୋତ ସିଂହ ପଦକ ଜିତିବା ପରେ ଏକ୍ସରେ ଶୁଭେଚ୍ଛା ଜଣାଇଲେ ମୋଦୀ

ନୂଆଦିଲ୍ଳୀ: ପ୍ୟାରିସ ଅଲିମ୍ପିକ୍ସରେ ନିଜର ସ୍ଥିତିକୁ ସୁଦୃଢ଼ କରୁଛି ଭାରତ। ଅଲିମ୍ପିକ୍ସର ଚତୁର୍ଥ ଦିନରେ ସୁଟର୍ ମନୁ ଭାକର ଓ ସରବଜୋତ ସିଂହ ବ୍ୟକ୍ତିଗତ ରେକର୍ଡ କରିଛନ୍ତି। ଅଲିମ୍ପିକ୍ସର ଗୋଟିଏ ଇଭେଣ୍ଟରେ ଦୁଇଟି ପଦକ ଜିତିବାରେ ମନୁ ଭାକର ହେଉଛନ୍ତି ପ୍ରଥମ ଭାରତୀୟ ଆଥଲେଟ। ଏହା ପୂର୍ବରୁ ସେ ୧୦ ମିଟର ଏୟାର ପିସ୍ତଲ୍‌ ମହିଳା ସିଙ୍ଗଲ୍ସରେ ବ୍ରୋଞ୍ଜ ପଦକ ହାତେଇ ସାରିଛନ୍ତି। ସେହିପରି ସରବଜୋତ ସିଂହ ପ୍ରଥମ ଥର ବ୍ରୋଞ୍ଜ ବିଜୟୀ ହୋଇଛନ୍ତି।ତେବେ ସେମାନଙ୍କର ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଏକ୍ସ ପୋଷ୍ଟ୍‌ କରି ମୋଦୀ ଲେଖିଛନ୍ତି ଆମର ସୁରଟ୍‌ମାନେ ଦେଶକୁ ଗର୍ବିତ କରିଛନ୍ତି। ମନୁ ଭାକର ଓ ସରବଜୋତ ସିଂହ ସିଂହଙ୍କୁ ଶୁଭେଚ୍ଛା । ଉଭୟ ମହାନ ଦକ୍ଷତା ଓ ଟିମ୍‌ୱାର୍କ ପ୍ରଦର୍ଶନ କରିଛନ୍ତି। ଭାରତ ଅତ୍ୟନ୍ତ ଆନନ୍ଦିତ। ସୁଚନା ଅନୁଯାୟୀ ପ୍ୟାରିସ ଅଲିମ୍ପିକ୍ସରେ ମେଡାଲ୍ ଖାତା ଖୋଲିଥିଲେ ଭାରତ । ମହିଳା ସୁଟିଂରୁ ପ୍ରଥମ ପଦକ ୨୨ ବର୍ଷିୟା ମନୁ ଭାକର ଆଣିଥିଲେ । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି। ଏଥିସହିତ ପ୍ରଥମ ଭାରତୀୟ ମହିଳା ସୁଟର୍ ଭାବରେ ଅଲିମ୍ପିକ୍ସ ପଦକ ଜିତି ଇତିହାସ ରଚିଛନ୍ତି ମନୁ ଭାକର। ମୋଟ୍ ୨୨୭.୧ ସ୍କୋର ସହ ବ୍ରୋଞ୍ଜ ଜିତିଛନ୍ତି ମନୁ । ସୁଟିଂରେ ଅଲିମ୍ପିକ୍ସ ପଦକ ଜିତିବାରେ ସେ ହୋଇଛନ୍ତି ପ୍ରଥମ ଭାରତୀୟ ମହିଳା । ଏଥିସହ ୧୨ ବର୍ଷ ଧରି ସୁଟିଂରେ ପଦକ ପ୍ରତୀକ୍ଷାର ଅନ୍ତ ଘଟାଇଥିଲେ ମନୁ ଭାକର। ଝିଅ ସଫଳତାରେ ଘରେ ଜୋରଦାର ସେଲିବ୍ରେସନ୍ ହୋଇଥିଲା । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ ମନୁ ଭାକର । ମନୁଙ୍କ ଏହି ସଫଳତା ପରେ ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking