ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଖ୍ରୀଷ୍ଟମାସ ଦିନ ଦିଲ୍ଲୀର ଦି କ୍ୟାଥେଡ୍ରାଲ ଚର୍ଚ୍ଚ ଅଫ ଦି ରିଡେମ୍ପସନରେ ଯୋଗ ଦେଇଥିଲେ । ପ୍ରଧାମନ୍ତ୍ରୀଙ୍କ ପାଇଁ ପ୍ରାର୍ଥନା, କ୍ୟାରୋଲ ଏବଂ ଏକ ସ୍ୱତନ୍ତ୍ର ପ୍ରାର୍ଥନା କରାଯାଇଥିଲା । ଏନେଇ ମୋଦି ନିଜ ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ କରିଛନ୍ତି । ସେଠାର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । କହିଛନ୍ତି, ଖ୍ରୀଷ୍ଟମାସ ସମସ୍ତଙ୍କ ମନରେ ନୂତନ ଆଶା, ଉଷ୍ମତା ଏବଂ ଦୟା ପ୍ରତି ଏକ ସହଭାଗୀ ପ୍ରତିବଦ୍ଧତା ଆଣିଦେଉ ।
Attended the Christmas morning service at The Cathedral Church of the Redemption in Delhi. The service reflected the timeless message of love, peace and compassion. May the spirit of Christmas inspire harmony and goodwill in our society. pic.twitter.com/humdgbxR9o
— Narendra Modi (@narendramodi) December 25, 2025
ଗତ କିଛି ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦି ଖ୍ରୀଷ୍ଟୀଆନ ସମ୍ପ୍ରଦାୟ ସହିତ ସମ୍ପର୍କ ବୃଦ୍ଧି କରୁଥିବା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।୨୦୨୪ ମସିହାରେ, ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରୀ ଜର୍ଜ କୁରିଆନଙ୍କ ବାସଭବନରେ ଏକ ରାତ୍ରୀଭୋଜନରେ ଯୋଗ ଦେଇଥିଲେ, ଏବଂ କ୍ୟାଥୋଲିକ ବିଶପ ସମ୍ମିଳନୀ ଅଫ୍ ଇଣ୍ଡିଆ (CBCI) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ।










