ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ମୁମ୍ବାଇ ଠାରେ ୨୯,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ, ରେଳ ଏବଂ ବିମାନ ବନ୍ଦର କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଏସବୁକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏହି ଅବସରରେ ମୋଦୀ ନିଜ ସରକାରଙ୍କ ବିକାଶୋନ୍ମୁଖୀ ଆଭିମୁଖ୍ୟ ସମ୍ପର୍କରେ ଅବଧାରଣା ଦେଇଥିଲେ । ରାଜ୍ୟରେ ଏସବୁ ପ୍ରକଳ୍ପ ମହାରାଷ୍ଟ୍ରର ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ମୋଦୀ କହିଛନ୍ତି । ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବାରେ ମହାରାଷ୍ଟ୍ର ରାଜ୍ୟର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୁମ୍ବାଇକୁ ଦେଶର ଆର୍ôଥକ କେନ୍ଦ୍ରରେ ପରିଣତ କରିବା ପାଇଁ ଶିଳ୍ପ, କୃଷି ଏବଂ ଆର୍ôଥକ କ୍ଷେତ୍ରର ଶକ୍ତି ବିଷୟରେ ଉଲ୍ଲେଖ କରିଥିଲେ । ସେହିପରି ମହାରାଷ୍ଟ୍ରର ଶକ୍ତିକୁ ବ୍ୟବହାର କରି ଏହାକୁ ବିଶ୍ୱର ଏକ ଅର୍ଥନୈତିକ ପାୱାରହାଉସରେ ପରିଣତ କରିବାକୁ ସେ ଲକ୍ଷ୍ୟ ରଖିଥିବା ସମ୍ପର୍କରେ ମଧ୍ୟ ମୋଦୀ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ କହିବାନୁସାରେ ମୁମ୍ବାଇକୁ ବିଶ୍ୱର ଏକ ଫିନଟେକ୍ ରାଜଧାନୀରେ ପରିଣତ କରାଯିବ । ଏହି ଅବସରରେ ଗତ ୧୦ ବର୍ଷ ମଧ୍ୟରେ ତାଙ୍କ ସରକାର କାର୍ଯ୍ୟକାରୀ କରିଥିବା ବିଭିନ୍ନ ଜନହିତକର ଯୋଜନା ଓ ଏହାଦ୍ୱାରା ଆସିଥିବା ବିକାଶ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ । ସେହିପରି ଏହି ସମୟ ସୁଦ୍ଧା ମହାରାଷ୍ଟ୍ରରେ ହୋଇଥିବା ବିକାଶ ସମ୍ପର୍କରେ ମଧ୍ୟ ମୋଦୀ କହିଛନ୍ତି ।