23.1 C
Bhubaneswar
Monday, January 19, 2026
Homeଓଡିଶାଜରୁରୀକାଳୀନ ପରିସ୍ଥିତି ମୁକାବିଲା ପାଇଁ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ପକ୍ଷରୁ ମକ୍ ଡ୍ରିଲ୍‌

ଜରୁରୀକାଳୀନ ପରିସ୍ଥିତି ମୁକାବିଲା ପାଇଁ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ପକ୍ଷରୁ ମକ୍ ଡ୍ରିଲ୍‌

ଯାଜପୁର : ପ୍ଲାଣ୍ଟ ରେ ଜରୁରୀକାଳୀନ ପରିସ୍ଥିତିର ପରୀକ୍ଷଣ ଓ ଏହାର ମୁକାବିଲା ଉଦ୍ଦେଶ୍ୟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌)ପକ୍ଷରୁ ବୁଧବାର ପ୍ଲାଣ୍ଟ ପରିସରରେ ଏକ ମକ୍ ଡ୍ରିଲ୍ ଆୟୋଜିତ ହୋଇଯାଇଛି। ଏନ୍‌ଆଇଏନ୍‌ଏଲ୍ ପ୍ଲାଣ୍ଟ ଭିତରେ ଥିବା ଏଲପିଜି ଷ୍ଟୋରେଜ୍ ୟାର୍ଡରେ ସମ୍ଭାବ୍ୟ ଅଗ୍ନିକାଣ୍ଡ ଘଟିଲେ ଏହାକୁ ମୁକାବିଲା କରିବା କ୍ଷମତା ପରଖିବା ପାଇଁ ଏକ ପୂର୍ଣ୍ଣାଙ୍ଗ ମକ୍ ଡ୍ରିଲର ଆୟୋଜନ କରାଯାଇଥିଲା। ଜିନ୍ଦଲ ଷ୍ଟେନଲେସ୍‌, ଭିସା ଷ୍ଟିଲ୍ ଏବଂ ଟାଟା ଷ୍ଟିଲ୍ ସମେତ ଏହି ଅଞ୍ଚଳର ଅନ୍ୟ ଇସ୍ପାତ ଉତ୍ପାଦନକାରୀ କମ୍ପାନିମାନେ ପାରସ୍ପରିକ ସହାୟକ ପାର୍ଟନର ଭାବେ ମକ୍ ଡ୍ରିଲରେ ଅଂଶଗ୍ରହଣ କରିଥିଲେ। ଏହି ମକ୍ ଡ୍ରିଲ୍ ରେ ଅଂଶଗ୍ରହଣ କରିଥିଲେ।

ପ୍ରକୃତରେ କୌଣସି ଅଗ୍ନିକାଣ୍ଡ ଘଟିନଥିଲେ ସୁଦ୍ଧା ଅଗ୍ନିକାଣ୍ଡ ଘଟଣାର ମୁକାବିଲା ପାଇଁ ବେଳେ ସେଫ୍ଟି, ଅଗ୍ନିଶମ ବାହିନୀ, ମେଡିକାଲ, ସିକ୍ୟୁରିଟି ଆଣ୍ଡ ଅପରେସନ୍ ସମେତ ବିଭିନ୍ନ ଟିମର ପ୍ରସ୍ତୁତି କ୍ଷମତା ନେଇ ଏହି ମକ୍ ଡ୍ରିଲରେ ପରୀକ୍ଷା କରାଯାଇଥିଲା। ଏ ନେଇ ବିଭିନ୍ନ ଦିଗ ଉପରେ ଅନୁକରଣୀୟ ଅବସ୍ଥା ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ମକ୍ ଡ୍ରିଲ୍ ସମୟରେ ଟିମ୍ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିବା, ଘଟଣା ସ୍ଥଳରୁ କର୍ମଚାରୀଙ୍କୁ ସ୍ଥାନାନ୍ତର କରିବା, ଉପଯୁକ୍ତ ଚିକିତ୍ସା ସହାୟତା ପ୍ରଦାନ କରିବା, ସମାନରୂପୀ ସଙ୍କଟକୁ ଠିକ୍ ସମୟରେ ତଦାରଖ, ଘଟଣାକୁ ନିୟନ୍ତ୍ରଣ କରିବା ଏବଂ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପରିସ୍ଥିତିର ମୁକାବିଲା ପାଇଁ ଏହି ମକ୍ ଡ୍ରିଲ ବ୍ୟବହାରିକ ଶିକ୍ଷା ଡିଆ ଯାଇ ଥିଲା l

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking