20.1 C
Bhubaneswar
Saturday, November 23, 2024
Homeଓଡିଶାବିଧାନସଭାକୁ ମୋବାଇଲ, ପାଣି ବୋତଲ ମନା

ବିଧାନସଭାକୁ ମୋବାଇଲ, ପାଣି ବୋତଲ ମନା

ଭୁବନେଶ୍ୱର : ବିଧାନସଭାକୁ ନେଇ ବୁଧବାର ଏକ ବଡ଼ ଖବର ସାମନାକୁ ଆସିଛି । ଏଣିକି ବିଧାନସଭାକୁ ମୋବାଇଲ ନେଇ ହେବ ନାହିଁ । ପାଣି ବୋତଲ ଉପରେ ବି ଲାଗିଛି କଟକଣା । ବିଧାନସଭା ଭିତରକୁ ମୋବାଇଲ ଓ ପାଣି ବୋତଲ ନେବାକୁ ମନା କରାଯାଇଛି ।  ବାଚସ୍ପତି ସୁରମା ପାଢ଼ୀ ଏନେଇ କଟକଣା ଜାରି ରଖିଛି । କିଛି ବିଧାୟକ ମୋବାଇଲରେ ଫଟୋ ଉଠାଉଥିବା ଓ ମୋବାଇଲରେ କଥା ହେଉଥିବା ଦେଖିବାକୁ ମିଳିଛି । ଏନେଇ ବାଚସ୍ପତି ବିଧାନସଭାକୁ ମୋବାଇଲ ନେବା ଉପରେ କଟକଣା ଜାରି କରିଛନ୍ତି । ପ୍ରକାଶ ଯେ ଚଳିତ ନିର୍ବାଚନରେ ବହୁ ନବନିର୍ବାଚିତ ବିଧାୟକ ଓ ବିଧାୟିକା ନିର୍ବାଚିତ ହୋଇ ବିଧାନସଭାକୁ ଆସିଛନ୍ତି । ତେବେ କିଛି ବିଧାୟକ ଓ ବିଧାୟିକା ମୋବାଇଲରେ ବିଧାନସଭା ଭିତରେ ଫଟୋ ଉଠାଉଥିବା ଦେଖିବାକୁ ମିଳିଛି । ଏପରିକି ବିଧାନସଭା ଭିତରେ ମୋବାଇଲରେ କଥା ମଧ୍ୟ ହେଉଛନ୍ତି । ଯାହାକୁ ନେଇ ବାଚସ୍ପତି ବିଧାନସଭା ଭିତରକୁ ମୋବାଇଲ ନଆଣିବା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking