ଭୁବନେଶ୍ୱର: ୧୨୩୭ ଗାଁରେ ମୋବାଇଲ ଫୋନ ବ୍ୟବହାର ହୋଇପାରୁନାହିଁ । ଆଜି ବି ପହଞ୍ଚି ପାରିନାହିଁ ନେଟୱାର୍କ । କାମ କରୁନି ୯୪୪ଟି ଟାୱାର । ଚଳିତ ବର୍ଷର ଜୁନ ସୁଦ୍ଧା ନେଟୱାର୍କ ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି । ଗୃହରେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଲିଖିତ ଉତ୍ତର ରଖିଛନ୍ତି । ସୂଚନା ଥାଉକି, ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗୀୟ ମନ୍ତ୍ରୀ ।










