ଭୁବନେଶ୍ୱର: ଯାଜପୁର ଧର୍ମଶାଳାରେ ରାଜନୈତିକ ଆକ୍ରମଣ । ଧର୍ମଶାଳା ପୂର୍ବତନ ବିଧାୟକଙ୍କ ଗାଡି ଉପରେ ଆକ୍ରମଣ ଅଭିଯୋଗ । ଆରୁହା ଗ୍ରାମରେ ହିଙ୍ଗୁଳା ଯଜ୍ଞକୁ ଯିବା ବେଳେ ବିରୋଧ ପ୍ରଦର୍ଶନ । ଠାଙ୍ଗାରେ ପ୍ରଣବଙ୍କ ଗାଡିକୁ ଭାଙ୍ଗିଲେ ବିରୋଧୀ ଗୋଷ୍ଠୀ । ଜେନାପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କଲେ । ବିରୋଧ ପ୍ରଦର୍ଶନ, ଆକ୍ରମଣ ଉଦ୍ୟମର କାରଣ ସ୍ପଷ୍ଟ ହୋଇପାରିନି । ଆକ୍ରମଣ ନେଇ ମୁହଁ ଖୋଲିଛନ୍ତି ପ୍ରଣବ ବଲବନ୍ତରାୟ । କହିଲେ ଆକ୍ରମଣ ପଛରେ ବିଧାୟକଙ୍କ ହିମାଂଶୁ ସାହୁଙ୍କ ହାତ ଅଛି । ଏଥିପାଇଁ ପୂର୍ବରୁ ଯୋଜନା ହୋଇଥିଲା । ଯାଜପୁର ଏସପିଙ୍କୁ ମଧ୍ୟ ଜଣାଇଥିଲି । ପୋଲିସ ଉପରେ ଭରସା ନାହିଁ, ଏତଲା ଦେବିନି ।