23.1 C
Bhubaneswar
Sunday, February 15, 2026
Homeଓଡିଶାବିଧାୟକଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ ; ସରକାରଙ୍କ ବିକାଶ ରଥ ସବୁ ପଞ୍ଚାୟତରେ ଗଡ଼ିବ

ବିଧାୟକଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ ; ସରକାରଙ୍କ ବିକାଶ ରଥ ସବୁ ପଞ୍ଚାୟତରେ ଗଡ଼ିବ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବ୍ଲକ୍ ଅନ୍ତର୍ଗତ ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ ଅଧିନରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଚନ୍ଦନପୁର ଓ ଚକ୍ରୋଡା ପଞ୍ଚାୟତରେ ନୂତନ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ଆଜି କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଚଉଦକୁଲାଟ ସ୍ଥିତ ଚନ୍ଦନପୁର ପଞ୍ଚାୟତର ଚନ୍ଦନପୁର ଗାନ୍ଧୀଛକଠାରୁ ବଳସାହି ଭାୟା ମୁସଲିମ ବସ୍ତି, ବେହେରା ସାହି, ସେଠୀ ସାହି, ନିଳିକାନ୍ତ ଦେବଳା ପାର୍ଯ୍ୟନ୍ତ ୪.୩୩କିମିର ରାସ୍ତାର ଶିଳାନ୍ୟାସ କରିଛନ୍ତି । ଏହି ରାସ୍ତାର ବ୍ୟୟ ଅଟକଳ ୩କୋଟି ୯୭ଲକ୍ଷ ରଖାଯାଇଛି । ଏହି ଅବସରରେ ଚଉଦକୁଲାଟ ବଜାର ଠାରେ ଏକ ଶିଳାନ୍ୟାସ ଉତ୍ସବ ଅନୁଷ୍ଠି ହୋଇଥିଲା । ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ବିଶିଷ୍ଠ ଅତିଥିଭାବେ ଜିଲ୍ଲାପରିଷଦର ସଭାପତି ଲିଲିତା ଦାସ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ମଧୁଛନ୍ଦା ମହାନ୍ତି, ସ୍ଥାନୀୟ ସରପଞ୍ଚ ରମାକାନ୍ତ ମଲ୍ଲିକ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, କେନ୍ଦ୍ରାପଡା ବ୍ଲକ ବିଜେଡି ସଭାପତି ଆଲୋକ ସାହୁ ସାମାଜସେବୀ ଇଂ ଦେବାଶିଷ ମହାନ୍ତି, ପୂର୍ବତନ ସରପଞ୍ଚ ଟୁକୁ ବିଶ୍ୱାଳ, ପଞ୍ଚାୟତ ସଭାପତି ମହମ୍ମଦ ଇଶାକ, ପୂର୍ବତନ ସରପଞ୍ଚ ରମାକାନ୍ତ ବାରିକ ଯୋଗ ଦେଇଥିଲେ। ସେହିଭଳି ଅପରାହ୍ନରେ ଚକ୍ରୋଡା ପଞ୍ଚାୟତର ବସପୁର ଲକ ଠାରୁ ଓର୍ଷକା ଆର୍‌ଡି ରାସ୍ତା ଭାୟା ଚକ୍ରୋଡା ଲକ ଓ ସହରପୁର ଗ୍ରାମ୍ୟ ରାସ୍ତାକୁ ବିଧାୟକ ଶ୍ରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ।

ଏହି ରାସ୍ତା ୨.୮୦କି.ମି. ଯାହାର ବ୍ୟୟ ଅଟକଳ ୨କୋଟି ୧୦ଲକ୍ଷ୍ୟ ଟଙ୍କା ରଖାଯାଇଛି । ଏହି ଅବସରରେ ବ୍ଲକ ସଭାପତି ଆଲୋକ ସାହୁଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ସରପଞ୍ଚ ତନୁଜା ନାୟକ, ସମିତି ସଭ୍ୟା ଝୁନିପ୍ରଭା ରାଉତ, ପୂର୍ବତନ ସରପଞ୍ଚ ବସନ୍ତ ରାଉତ, ଉତ୍ତମ ମଲ୍ଲିକ, ବଂଶୀଧର ସାମଲ, ଯୁବ ନେତା ରତିକାନ୍ତ ସାମଲ, ନିରଞ୍ଜନ ନାୟକ, ପଞ୍ଚାନନ ବିଶ୍ୱାଳ ପ୍ରମୁଖ ଯୋଗ ଦେଥିଲେ। ଏହି ଦୁଇଟି କାର୍ଯ୍ୟକ୍ରମରେ ସଂପୃକ୍ତ ଅଞ୍ଚଳର ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ। ଶିଳାନ୍ୟାସ ଅବସରରେ ବିଧାୟକ ଶ୍ରୀ ବେହେରା କହିଲେ ରାଜ୍ୟ ସରକାରଙ୍କ ସହଯୋଗରେ ଏହି କାର୍ଯ୍ୟ କରାଯାଉଛି। ଜନସାଧାରଣ ଏହାର ଫାଇଦା ନେବେ। ବର୍ତ୍ତମାନ ସରକାର ଜନସାଧାରଣଙ୍କ ସପକ୍ଷରେ ଅଛନ୍ତି। ତେଣୁ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି। ଆଗକୁ ଏହି ବିକାଶ ରଥ କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀର ସମସ୍ତ ପଞ୍ଚାୟତରେ ଗଡ଼ିବ ବୋଲି ଶ୍ରୀ ବେହେରା କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking