ଭୁବନେଶ୍ୱରତା:ଆଜି ଯାଜପୁରଜିଲ୍ଲାକଂଗ୍ରେସକାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବକଂଗ୍ରେସସାଧାରଣସମ୍ପାଦକ ଶ୍ରୀସୁଦିପ ସାମଲ ଅଭିଯୋଗ କରିଥିଲେ ଯେ ବିଜେପିସରକାରରେରାଜ୍ୟରେ ଦୁଇଟି ଆଇନ ଚାଲିଛି।ଗୋଟିଏସାଧାରଣଜନତାଙ୍କ ପାଇଁ ଆଉ ଗୋଟିଏ ପ୍ରତିଷ୍ଠିତବ୍ୟକ୍ତିମାନଙ୍କ ପାଇଁ। ଶ୍ରୀସାମଲ ନିର୍ଦ୍ଦିଷ୍ଟଭାବରେକହିଲେ ଯେ ବରିବ୍ଲକରସହକାରୀକାର୍ଯ୍ୟକର୍ତ୍ତାଶ୍ରୀ ଅମର କୁମାର ନାୟକ ଯିଏକିଜଣେ ଦଳିତବର୍ଗର ଅଟନ୍ତି ତାଙ୍କୁବରିବିଦାୟକଶ୍ରୀବିଶ୍ୱ ରଞ୍ଜନ ମଲ୍ଲିକବ୍ଲକ ପରିସରଭିତରେଏବଂବିଡିଓଙ୍କ ସମ୍ମୁଖରେ ମରଣାନ୍ତକ ଆକ୍ରମଣ କରିଛନ୍ତି।ବିଧାୟକତାଙ୍କୁଜୀବନରୁମାରିଦେବା ପାଇଁ ମଧ୍ୟ ଧମକ ଦେଇଛନ୍ତି।ଘଟଣାସ୍ଥଳରେ ମଧ୍ୟ ତାଙ୍କୁମାରିଦେଇ ଥାନ୍ତେ ବୋଲିସେତାଙ୍କ ଏଫଆଇଆରରେଲେଖିଛନ୍ତି।ଜଣେକାର୍ଯ୍ୟରତସରକାରୀକର୍ମଚାରୀଙ୍କୁଜଣେବ୍ୟବସ୍ଥାପକ ଯଦି ଏଭଳି ଆଚରଣ କରନ୍ତିତେବେସରକାରୀବ୍ୟବସ୍ଥାଚାଲିବକିପରି? ସୁତରାଂବିଜେପିସରକାରରେସରକାରୀକର୍ମଚାରୀ ଅସୁରକ୍ଷିତ ଏବଂପୋଲି ପ୍ରଶାସନ ସଂପୂର୍ଣ୍ଣ ନିରବଏବଂ ନିଷ୍କ୍ରିୟ।ପୋଲିସ ଆକ୍ରମଣକାରୀଙ୍କ ସପକ୍ଷରେରହିଛନ୍ତିବୋଲିସାଧାରଣରେ ଆଲୋଚନା ହେଉଛି।କାହାଚାପରେପୋଲିସ ପ୍ରଶାସନ ସେଠାରେଚେପାହୋଇଗଲାବୋଲିଲୋକେ ପ୍ରଶ୍ନକରୁଛନ୍ତି।
ଏଠାରେଉଲ୍ଲେଖଯୋଗ୍ୟଯେ ପୂର୍ବତନ ରାଜ୍ୟପାଳଙ୍କ ପୁଅ ପୁରୀରାଜଭବନରେଜଣେକର୍ତ୍ତବ୍ୟରତସରକାରୀକର୍ମଚାରୀଙ୍କୁମରଣାନ୍ତକ ଆକ୍ରମଣ କରି ଏବଂମାରିଦେବାକୁ ଉଦ୍ୟମ କରି ମଧ୍ୟ ଖସିଯାଇଛନ୍ତି।ପୋଲିସେହି ଅପରାଧୀ ବିରୁଦ୍ଧରେକୌଣସିକାର୍ଯ୍ୟାନୁଷ୍ଠାନ ନେଲା ନାହିଁ। ଅନ୍ୟପକ୍ଷରେ ଭରତପୁର ଥାନା (ଭୁବନେଶ୍ୱର)କୁ ଅଭିଯୋଗ କରିବାକୁ ଯାଇଥିବାମହିଳାଙ୍କୁ ଥାନାକର୍ମଚାରୀ ନିର୍ଯ୍ୟାତନା ଦେଇଥିଲେ। ଗତ ମାର୍ଚ୍ଚ ୨୭ରେ କଂଗ୍ରେସ ଦଳ ପକ୍ଷରୁ ନାରୀ ନ୍ୟାୟ ପାଇଁଲୋୟର ପିଏମଜିରେଶାନ୍ତିପୂର୍ଣ୍ଣଭାବରେ ଆନ୍ଦୋଳନ ହେଉଥିଲାପୋଲିସସେଠାରେବିଜେପି ଦଳରଗୁଣ୍ଡାସାଜିକଂଗ୍ରେସକର୍ମୀମାନଙ୍କୁମରଣାନ୍ତକ ଆକ୍ରମଣ କଲା, ପାଣିମାଡ଼କଲା, ଢ଼େଲାମାଡ଼କଲା, ରବରବୁଲେଟମାଡ଼କଲା, ଟିୟରଗ୍ୟାସମାଡ଼କଲାଏବଂଲାଠିମାଡ଼ କରି ଲହୁଲୁହାଣକଲା।ମିଥ୍ୟା ଅଭିଯୋଗରେ ବହୁ ଯୁବକଂଗ୍ରେସ ଓ ଛାତ୍ରକଂଗ୍ରେସକର୍ମୀମାନଙ୍କୁଛନ୍ଦି ଦିଆଯାଇଛି, ଜେଲରେ ମଧ୍ୟ ଭତିକରାଯାଇଛି।
ଏଠାରେଉଲ୍ଲେଖଯୋଗ୍ୟଯେ ଯାଜପୁରଜିଲ୍ଳାରେପୋଲିସରକାର୍ଯ୍ୟାନୁଷ୍ଠାନ ଶୂନ।ବିଧାୟକବିଶ୍ୱମଲ୍ଲିକଙ୍କଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଜପୁରଜିଲ୍ଳାପୋଲିସ ଭୟ କରୁଛିବାବିଧାୟକଙ୍କଠାରୁ ଅନୁଗୃହୀତ ହୋଇକାର୍ଯ୍ୟାନୁଷ୍ଠାନ ନେଉନିତାହା ଆଜି ଆଲୋଚନାରେ ବିଷୟ।ଏଣୁ ଯାଜପୁରଜିଲ୍ଲାରେବିଧାୟକଙ୍କ ପାଇଁଗୋଟିଏ ଆଇନ ଏବଂସାଧାରଣଜନତାଙ୍କ ପାଇଁ ଆଉ ଗୋଟିଏ ଆଇନ। ଏଭଳି ଯଦି କରାଯାଏତେବେ ଅରାଜକତା ହେବଏବଂଶାସନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟିହେବ।ପୋଲିସ ନିଜରବିଶ୍ୱସନୀୟତା ପାଇଁଏବଂକର୍ତ୍ତବ୍ୟରତସରକାରୀକର୍ମଚାରୀଙ୍କୁସୁରକ୍ଷା ପ୍ରସଙ୍ଗକୁ ଦୃଷ୍ଟିକୁନେଇତୁରନ୍ତ ବରିବିଧାୟକବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରଦେଶ ଯବୁକଂଗ୍ରେସସାଧାରଣସମ୍ପାଦକ ଶ୍ରୀସାମଲ ଦାବିକରିଛନ୍ତି।










