17.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଏଫ୍ ୧୬ – ଜେଏଫ୍ ୧୭କୁ ଟକ୍କର ଦେବ ଏମ୍‌କେ ୱାନ ଏ ଫାଇଟର୍ ଜେଟ୍‌

ଏଫ୍ ୧୬ – ଜେଏଫ୍ ୧୭କୁ ଟକ୍କର ଦେବ ଏମ୍‌କେ ୱାନ ଏ ଫାଇଟର୍ ଜେଟ୍‌

ନୂଆଦିଲ୍ଲୀ: ସ୍ବଦେଶୀ ଅସ୍ତ୍ରଶସ୍ତ୍ରକୁ ପ୍ରାଧାନ୍ୟ ଦେଉଛି ଭାରତ । ମହାଶକ୍ତି ତାଲିକାରେ ୪ନମ୍ବରରେ ଥିବା ଭାରତ ଲଗାତାର ତାର ପ୍ରତିରକ୍ଷା କ୍ଷମତାକୁ ବଢାଇବାରେ ଲାଗିଛି । ଭାରତ ତାର ଡିଫେନ୍ସ ସିଷ୍ଟମକୁ ମଜବୁତ କରୁଛି । ଏଥିପାଇଁ ସେନାରେ ଅତ୍ୟାଧୁନୀକ ଅସ୍ତ୍ରଶସ୍ତ୍ର ସାମିଲ କରୁଛି । ସବୁଠୁ ବଡକଥା ହେଉଛି ଭାରତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପାଇଁ ଆଉ ଅନ୍ୟ ଉପରେ ନିର୍ଭର ହୋଇ ରହୁନାହିଁ । ଏହି କ୍ରମରେ ଭାରତ ଏପରି ଏକ ଫାଇଟର୍ ଜେଟ୍ ତିଆରି କରିଛି, ଯାହାକୁ ନେଇ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଓ ଚୀନ୍ ଭୟଭୀତ ହୋଇଉଠିଛନ୍ତି  । ଭାରତକୁ ନେଇ ଚୀନ୍ ପାକିସ୍ତାନ ତ ସବୁବେଳେ ଭୟରେ ରହିଆସିଛନ୍ତି କିନ୍ତୁ ଏବେ ଆମେରିକାରେ ବି ଟେନସନ ବଢିଯାଇଛି । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆମେରିକାକୁ ପଛରେ ପକାଇନଦେଉ, ସେଥିପାଇଁ ବିଶ୍ୱର ସୁପର ପାୱାର ଆମେରିକା ଟେନସନରେ ଅଛି । ତେଜସ୍ ଏମ.କେ ୱାନ୍-ଏ ଫାଇଟର ଜେଟ୍ ପାଇଁ ଆମେରିକାରୁ ଆସିଥାନ୍ତା ଏଫ୍.୪୦୪ ଇଞ୍ଜିନ୍ । ଏଥିପାଇଁ ଆମେରାକ ସହ ଭାରତର ଡିଲ୍ ହୋଇଥିଲା । ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ୬ଟି ଇଞ୍ଜିନର ଡେଲିବରୀ ହେବାର ଥିଲା । କିନ୍ତୁ ଆମେରାକୀୟ ଫର୍ମ ଜି.ଇ ଏରୋସ୍ପେସ୍ ଏବେ ସୁଦ୍ଧା ଗୋଟିଏ ବି ଇଞ୍ଜିନ୍ ଡେଲିବରୀ କରିପାରିନି । ତାରିଖ ଉପରେ ତାରିଖ ଘୁଞ୍ଚାଇ ଚାଲିଛି ଆମେରିକା । ୨୦୨୪ ମାର୍ଚ୍ଚ ମାସରେ ଆସିବାକୁ ଥିବା ଇଞ୍ଜିନ୍ ଚିଳିତ ବର୍ଷ ମାର୍ଚ୍ଚ ମାସରେ ଭାରତକୁ ପ୍ରଦାନ କରାଯିବ ବୋଲି ଆମେରିକା ତାରିଖ ଧାର୍ଯ୍ୟ କରିଛି । କିନ୍ତୁ ହିନ୍ଦୁସ୍ତାନ୍ ଏରୋନେଟିକ୍ସ ଲିମିଟେଡ୍ (ହାଲ୍) ତେଜସ୍ ଏମ.କେ-ୱାନ୍-ଏକୁ ସ୍ୱଦେଶୀ ଇଞ୍ଜିନ୍ ସହ ମୈଦାନକୁ ଓହ୍ଲାଇବାକୁ ଯାଉଛି । ଆମେରିକା ଉପରେ ନିର୍ଭର କରି ରହିବାକୁ ଚାହୁଁନି ଭାରତ । ଏବେ ପ୍ରଶ୍ନ ଉଠୁଛି ଆମେରିକା ଏପରି କାହିଁକି କରୁଛି । ବାସ୍ତବରେ ଆମେରାକିର ଏଫ୍-୧୬ ଫାଇଟର ଜେଟକୁ ଟକ୍କର ଦେବା ପାଇଁ କୌଣସି ଦେଶ ପାଖରେ ଫାଇଟର୍ ଜେଟ୍ ନଥିଲା । ପରେ ଚୀନର ଜେଏଫ୍-୧୭ ଆମେରିକାର ଏଫ୍-୧୬କୁ ଟକ୍କର ଦେଲା । କିନ୍ତୁ ବର୍ତ୍ତମାନ ଭାରତର ଏମ୍.କେ-ୱାନ୍-ଏ ଏହି ଦୁଇଟି ଫାଇଟର୍ ଜେଟ୍ ଠାରୁ ଉଚ୍ଚ ଶ୍ରେଣୀର ରହିଛି । ଯେଉଥିପାଇଁ ଆମେରିକାକୁ ଡର ଲାଗୁଛି । ଏମ୍.କେ-ୱାନ୍-ଏ ଲଞ୍ଚ ହେଲେ ମାର୍କେଟରେ ଏଫ୍-୧୬ର ବିକ୍ରି ଉପରେ କାଳେ ପ୍ରଭାବ ପଡିବ ସେଥିପାଇଁ ଆମେରିକା ଭୟଭୀତ ହୋଇଉଠିଛି । ତେଜସ୍ ଏମ୍.କେ-ୱାନ୍-ଏରେ ଉନ୍ନତ ମିଶନ କମ୍ପ୍ୟୁଟର୍, ଉଚ୍ଚ କ୍ଷମତା ସମ୍ପନ୍ନ ଡିଜିଟାଲ୍ ଫ୍ଲାଇଟ୍ କଣ୍ଟ୍ରୋଲ କମ୍ପ୍ୟୁଟର୍, ସ୍ମାର୍ଟ ମଲ୍ଟି ଫଙ୍କସନ୍ ଡିସପ୍ଲେ, ଉନ୍ନତ ଇଲେକ୍ଟ୍ରୋନିକ୍ ସ୍କାନ୍ ଏରେ ରାଡାର, ସେଲ୍ଫ ପ୍ରୋଟେକସନ୍ ଜାମର, ଇଲୋକ୍ଟ୍ରୋନିକ୍ ୱାର୍ ଫେୟାର୍ ସୁଟର, ରାଡାର୍ ୱାର୍ଣ୍ଣିଂ ରିସିଭର୍ ଭଳି ଅତ୍ୟାଧୁନିକ ସୁବିଧା ରହିଛି । ଯାହା ଏଫ୍-୧୬ ଏବଂ ଜେଏଫ୍-୧୭ଠାରୁ ଏମ୍.କେ-ୱାନ୍-ଏକୁ ଅଧିକ ଶକ୍ତିଶାଳି ବନାଉଛି । ଆଉ ଏହି କାରଣ ପାଇଁ ପାକିସ୍ତାନ୍, ଚୀନ୍ ଏବଂ ଆମେରିକା ଚିନ୍ତାରେ ପଡିଯାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking