ଭୁୁବନେଶ୍ୱର : ଭାରତୀୟମାନଙ୍କର ଦୀପାବଳୀ ଏକ ଆଲୋକର ପର୍ବ । ହିନ୍ଦୁମାନଙ୍କ ପାଇଁ ଦୀପାବଳୀ ଏକ ମୁଖ୍ୟ ପର୍ବ ହୋଇଥିବାରୁ ଘରକୁ ସାଜ ସଜ୍ଜା କରିବା ସହିତ ମାଟି ନିର୍ମିତ ଦୀପ ଜାଳି କରି ଏହି ପର୍ବ ପାଳନ କରାଯାଏ । ଏହି ପର୍ବ କୁ ବହୁ ଜଣ ଶ୍ରଦ୍ଧାରେ ଆଲୋକର ଉତ୍ସବ, ଆଲୋକର ପର୍ବ , ଦିୱାଲି ବୋଲି କହିଥାନ୍ତି । ବିଶେଷ କରି ହିନ୍ଦୁ , ବୌଦ୍ଧ, ଜୈନ ଓ ଶିଖ ଧର୍ମାବଲମ୍ବୀ ଏହାକୁ ପାଳନ କରନ୍ତି । ଘରକୁ ବିଭିନ୍ନ ଆଲୋକମାଳାରେ ସଜାଇବା , ବାଣ ଫୁଟାଇବା, ମିଠା ଓ ଉପହାର ବାଣ୍ଟି ଆନନ୍ଦର ସହିତ ଏହି ପର୍ବ ପାଳନ କରାଯାଏ । କିମ୍ବଦନ୍ତୀ ଅନୁସାରେ କାର୍ତ୍ତିକ ଅମାବାସ୍ୟା ରେ ଦୀପାବଳୀ ଉସ୍ଛବ ପାଳନ କରାଯାଏ । ଲୋକାକ୍ତିରେ ପୟାଶ୍ରାଦ୍ଧ ଦିବସ କୁହାଯାଏ । ଅନେକ ଶ୍ରୀ କ୍ଷେତ୍ରର ବାଇଶି ପାହାଚରେ ପିଣ୍ଡଦାନ କରି ପିତୃଗଣଙ୍କ ଆଶୀର୍ବାଦ କରନ୍ତି । ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି । କାଉଁରିଆ କାଠି ଜାଳି ବଡବଡୁଆଙ୍କୁ ଡାକନ୍ତି – ବଡବଡୁଆ ହୋ ଅନ୍ଧାରରେ ଆସ ଆଲୁଅରେ ଯାଅ, ପୁରୁଷୋତ୍ତମରେ ମହାପ୍ରସାଦ ଖାଇ ବାଇଶି ପାବଛେ ଗଡଗଡାଉଥାଅ । ଉସ୍ଛବ ତତ୍ୱବଧାନ ଆନୁଯାୟୀ ଏକଦା କାର୍ତ୍ତିକ (ତୁଳା) ମାସ – ଘନ ଅନ୍ଧକାରରେ କୃଷ୍ଣ ପକ୍ଷରେ ଜଣେ ଭବ୍ୟ ଦ୍ରଷ୍ଟା ପ୍ରଭୁ ଶ୍ରୀରାମ ଙ୍କୁ ବିପର୍ୟ ଦୁର୍ଭାଗ୍ୟ କାଳ ସର୍ପ ରୂପେ ଅମାବାସ୍ୟା ରାତିରେ ଦଂଶନ କରିବା ପାଇଁ ଲୁଚି ଛପି ଆସିବାର ଭବିଷ୍ୟବାଣୀ କରିଥିଲେ । ପୁରାଣରେ ଲେଖା ଅଛି ଯେ ଦୈତ୍ୟରାଜ ବଳିଙ୍କର ଦାନ ଧର୍ମ ଦେଖି ସ୍ୱର୍ଗର ଦେବତାମାନଙ୍କ ଭାଳେଣି ପଡିଗଲା । ବଳି ପୁଣ୍ୟ ଫଳରେ ସ୍ୱର୍ଗପୁରର ଅଧିକାରୀ ହୋଇପାରନ୍ତି । ତେଣୁ ଦେବତାମାନଙ୍କ ପ୍ରାର୍ଥନାରେ ବିଷ୍ଣୁ ବାମନ ଅବତାର ନେଇ ବଳିଙ୍କ ପାଖରେ ପହଞ୍ଚି ତାଙ୍କୁ ତିନିପାଦ ଭୁମି ମାଗିଥିଲେ । ଗୋଟିଏ ପାଦରେ ପୃଥିବୀ, ଅନ୍ୟ ଗୋଟିଏ ପାଦରେ ସ୍ୱର୍ଗ ଓ ତୃତୀୟ ପାଦରେ ବଳିଙ୍କୁ ପାତାଳକୁ ଚାପିଦେଲେ । ତାପରେ ବଳିଙ୍କୁ ପ୍ରାର୍ଥନା କରିବାରୁ ବର୍ଷକରେ ଥରେ ମର୍ତ୍ତପୁରକୁ ଆସି ପ୍ରଜାମାନଙ୍କୁ ଦର୍ଶନ କରିବାକୁ ବିଷ୍ଣୁ ଏଥିରେ ସମ୍ମତ୍ତି ଜଣାଇ କାର୍ତ୍ତିକ ଶୁଳ୍ଳ ପ୍ରତିପଦା ଦିନ ବଳି ମର୍ତ୍ତ୍ୟକୁ ଆସିବାକୁ ବରଦାନ କରିଥିଲେ । ସେହିଦିନଠାରୁ ମର୍ତ୍ତବାସୀ ଆନନ୍ଦରେ ଦୀପଜାଳି ଆଲୋକିତ କରନ୍ତି ।