ଭୁବନେଶ୍ୱର : ମିଶନ ଶକ୍ତିକୁ ନେଇ ବିଜେଡି – ବିଜେପି କଥା କଟାକଟି ହୋଇଛି । ବିଜେପି ମିଶନ ଶକ୍ତିକୁ ଶକ୍ତିହୀନ କରିବାକୁ କରୁଛି ବୋଲି ବିଜେଡି କହୁଛି । ମହିଳା ସଶକ୍ତିକରଣ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ କହିଛି ବିଜେଡି । ବିଜେଡି ଆକ୍ଷେପର ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁନି କହିଛନ୍ତି ପ୍ରଭାତୀ ପରିଡା । ମା ମାନଙ୍କ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲା ବିଜେଡି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।