ଭଦ୍ରକ: ନଦୀରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତ ଇଚ୍ଛଦା ଗ୍ରାମରେ ଘଟିଛି । ସୂଚନାଯୋଗ୍ୟ ଯେ ଗତ ତିନି ଦିନ ହେବ ମହିଳା ଜଣକ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ । ହେଲେ ମହିଳାଙ୍କୁ ବହୁ ଖୋଜାଖୋଜି କରିବା ସତ୍ୱେ ପରିବାର ଲୋକେ ପାଇନଥିଲେ । ଆଜି ଇଚ୍ଛଦା ଗ୍ରାମର ସୁତାର ସାହି ଠାରେ ରେବ ନଦୀ କୂଳରେ ସାର ସାହୁଙ୍କ ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଆଜି ଧାମନଗର ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ ମିଳିତ ସହଯୋଗରେ ମୃତଦେହକୁ ଉଦ୍ଧାର କରି ଶବବ୍ୟବଛେଦ ପାଇଁ ପଠାଇଛନ୍ତି । ଏନେଇ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।










