ନବରଙ୍ଗପୁର: ବନ ଜଗୁଆଳିଙ୍କ ବାଇକ ଜଙ୍ଗଲରେ ପୋଡ଼ିଲେ ଦୁର୍ବୃତ୍ତ। ଗୋଟେ ବାଇକ ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ଅନ୍ୟପଟେ ବନପାଳ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେଞ୍ଜ ମୈଦଲପୁର ବନାଞ୍ଚଳ ଜଙ୍ଗଲରେ ଘଟିଛି ଏହି ଘଟଣା। ଆଜି ସକାଳେ ୧୦ଟା ୩୦ ଘଣ୍ଟା ସମୟରେ ମୈଦଲପୁର ବନାଞ୍ଚଳ ଅଧୀନ ଜଙ୍ଗଲରେ କାର୍ଯ୍ୟରତ ତିନି ଯୋଗୁଆଳି ଖୀରସିନ୍ଧୁ ଯାନୀ, ଗଜେନ୍ଦ୍ର ଯାନୀ ଓ ସୁରେନ୍ଦ୍ର ଅଗ୍ରୀଆ ଜଙ୍ଗଲରେ ନିଜ କାର୍ଯ୍ୟ କରିବାକୁ ଯାଇଥିଲେ। ବାଇକ ରଖି ଜଙ୍ଗଲ ଭିତରକୁ ଯାଇଥିବା ସମୟରେ କେହି ଦୁର୍ବୃତ୍ତମାନେ ଆସି ରଖିଥିବା ବାଇକକୁ ନିଆଁ ଲଗାଇ ଥିଲେ। ୩ଟି ବାଇକ ମଧ୍ୟରୁ ଗୋଟିଏ ବାଇକ ସମ୍ପୂର୍ଣ ଜଳି ଯାଇଥିବା ବେଳେ ଦୁଇଟି ବାଇକ ଅଳ୍ପ ଜଳି ଥିବା ସମୟରେ ସେମାନେ ଆସି ନିଆଁକୁ ଆୟତ କରିଥିଲେ।
ଖବର ପାଇ ବନପାଳ ମଧୁସୂଦନ ପାତ୍ର ଘଟଣା ସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରୁଥିବା ବେଳେ ଏଭଳି କାଣ୍ଡ କିଏ ଘଟାଇଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି। ସୂଚନା ଥାଉକି ମୈଦଲପୁର ଅଂଚଳରେ ଦିନକୁ ଦିନ ବାଇକ ଚୋରି ବଢୁଥିବା ସମୟରେ ପୁଣି ବାଇକକୁ ନିଆଁ ଲଗାଇବା ଏଭଳି କାର୍ଯ୍ୟହେତୁ ଅଞ୍ଚଳବାସୀ ଭୟଭୀତ ରହିଛନ୍ତି। ପୁଲିସ ପ୍ରଶାସନ ଏଭଳି କାଣ୍ଡ ଘଟାଇ ଥିବା ଦୁର୍ବୃତ୍ତମାନଙ୍କୁ ଶୀଘ୍ର ଧରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।









