27.1 C
Bhubaneswar
Saturday, April 4, 2026
Homeଓଡିଶାଏମ୍ସରେ ଅସଦାଚରଣ ଘଟଣା : ଅଭିଯୁକ୍ତ ଗିରଫ

ଏମ୍ସରେ ଅସଦାଚରଣ ଘଟଣା : ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏମ୍ସରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଘଟଣା । ଅଭିଯୁକ୍ତ ନର୍ସିଂ ଅଫିସର ନାନୁ ରାମ୍ ଗିରଫ ।  ଅଭିଯୁକ୍ତକୁ ବାନ୍ଧିଲା ଖଣ୍ଡଗିରି ଥାନା ପୁଲିସ ।  ସେପଟେ ନ୍ୟାୟ ଦାବିରେ  ରାତି ଅନିଦ୍ରା ହୋଇ ଏମ୍ସ ପରିସରରେ ଧାରଣାରେ ବସିଥିଲେ ପୀଡ଼ିତା ଏବଂ ପୀଡ଼ିତାଙ୍କ ପରିବାର ଲୋକଙ୍କ ସହ ସହଯୋଗୀ ଠିକା କର୍ମଚାରୀ ।  ନ୍ୟାୟ ନ ମିଳିବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧାରଣାରେ ବସିବେ ବୋଲି ଦେଲେ ଚେତାବନୀ ଦେଇଛନ୍ତି ପୀଡିତା।  ତେବେ ଅଭିଯୁକ୍ତ ଗିରଫ ହେବା ନେଇ ପୀଡ଼ିତା ଜାଣି ନଥିବା କହିବା ସହ ଏଯାଏଁ ଏମ୍ସର କେହି ତାଙ୍କ ପାଖକୁ ଆସିନଥିବା କହିଛନ୍ତି ।  ଦୋଷୀକୁ ଗିରଫ କରିବା ସହ ଏମ୍ସରୁ ସସପେଣ୍ଡ କରାଯାଉ ଦାବି କରିଛନ୍ତି ପିଡ଼ିତା ।

ଯେଉଁ ପର୍ଯ୍ୟନ୍ତ ଏହା ନ କରାଯାଇଛି ସେପର୍ଯ୍ୟନ୍ତ ସେ ଧାରଣାରେ ବସିବେ ବୋଲି କହିଛନ୍ତି । ତେବେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଜାତୀୟ ମାନବାଧିକାର କମିଶନରେ ମଧ୍ୟ ଅଭିଯୋଗ ହୋଇଛି ।  ଅନ୍ୟପଟେ ପୀଡିତାଙ୍କୁ ନ୍ୟାୟ ନମିଳିଲା ଯାଏଁ ଜରୁରୀକାଳୀନ ବିଭାଗକୁ ଛାଡି ଏମ୍ସରେ ଅନ୍ୟ ସବୁ ବିଭାଗର କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଏମ୍ସର ଠିକା କର୍ମଚାରୀ ସଙ୍ଘ ।ସୂଚନାଯୋଗ୍ୟ, ଗତକାଲି ନର୍ସିଂ ଅଫିସର ନାନୁରାମ ଚୌଧୁରୀଙ୍କ ନାଁରେ ଅଭିଯୋଗ ଆଣିଥିଲେ ହସ୍ପିଟାଲର ଜଣେ ମହିଳା ଆଟେଣ୍ଡାଣ୍ଟ । ନର୍ସିଂ ଅଫିସର ମହିଳାଙ୍କୁ ଅସଦାଚରଣ କରିବା ସହ ଡାକ୍ତର ରୁମ୍‌କୁ ନେଇ ଟଣାଓଟରା କରିଥିବା ଅଭିଯୋଗ କରିଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking