17.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶବାଂଲାଦେଶରେ ସଂକଟରେ ସଂଖ୍ୟାଲଘୁଙ୍କ ସୁରକ୍ଷା

ବାଂଲାଦେଶରେ ସଂକଟରେ ସଂଖ୍ୟାଲଘୁଙ୍କ ସୁରକ୍ଷା

ନୂଆଦିଲ୍ଲୀ: ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ବଢ଼ୁଥିବା ବିପଦକୁ ନେଇ ଆମେରିକାର ପୂର୍ବ ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଆୟୋଗର ସଦସ୍ୟ ଜନି ମୋର୍ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ କେବଳ ପ୍ରଭାବିତ ସମ୍ପ୍ରଦାୟ ପାଇଁ ନୁହେଁ ବରଂ ଦେଶର ଅସ୍ତିତ୍ୱ ପାଇଁ ମଧ୍ୟ ଏହା ଏକ ଗମ୍ଭୀର ସଙ୍କଟ ବୋଲି କହିଛନ୍ତି। ଏଏନ୍‌ଆଇ ସହିତ ଆଲୋଚନା ବେଳେ ସେ ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି, “ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ବର୍ତ୍ତମାନର ପ୍ରଶାସନ ବାଂଲାଦେଶ ପ୍ରତି କାହିଁକି ଧ୍ୟାନ ଦେଉନାହିଁ। ଗୁରୁତ୍ୱପୂର୍ଣ୍ଣ ବୈଦେଶିକ ନୀତିର ପ୍ରାଥମିକତାକୁ ଅଣଦେଖା କରି ସାରା ବିଶ୍ୱରେ ୫୦ ରୁ ଅଧିକ ବିବାଦ ସୃଷ୍ଟି ହୋଇଛି ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ଅଧିକ ଅଟେ।’ ମୁର୍ ଆହୁରି କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ପ୍ରବେଶ ସହିତ ବାଂଲାଦେଶରେ ଧାର୍ମିକ ସ୍ୱାଧୀନତା ପ୍ରସଙ୍ଗରେ ପରିସ୍ଥିତି ବଦଳିପାରେ। ସେ ପୂର୍ବାନୁମାନ କରିଛନ୍ତି ଯେ ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ ମଜବୁତ ହେବ ଏବଂ ଧାର୍ମିକ ସ୍ୱାଧୀନତାକୁ ପ୍ରାଥମିକତା ଦିଆଯିବ।

ସେ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ୱାଶିଂଟନ୍ ଡିସି ଫେରିଛନ୍ତି ଏବଂ ତାଙ୍କ ସହ ଏକ ଶକ୍ତିଶାଳୀ ଦଳ ରହିଛି ଯିଏକି ଆମେରିକାର ମୂଲ୍ୟବୋଧ ସପକ୍ଷରେ କାମ କରିବ। ବାଂଲାଦେଶରେ ହିନ୍ଦୁ ତଥା ଅନ୍ୟ ଧାର୍ମିକ ସଂଖ୍ୟାଲଘୁଙ୍କ ପ୍ରତି ହିଂସା ଘଟଣାରେ ବୃଦ୍ଧି ଘଟିଛି, ଯାହା ବିଷୟରେ ମୁର୍ ଗଭୀର ଉଦ୍‌ବେଗ ପ୍ରକାଶ କରିଥିଲେ। ସେ ହିନ୍ଦୁ ସନ୍ଥ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ଦୃଢ଼ ନିନ୍ଦା କରିବା ସହ ଏହାକୁ ବିପଜ୍ଜନକ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ସେମାନେ ସନ୍ଥଙ୍କୁ ଗିରଫ କରିପାରନ୍ତି ତେବେ ସେମାନେ କାହାକୁ ବି ଟାର୍ଗେଟ କରିପାରିବେ। ଏହି ହିଂସାକୁ ନେଇ ଭାରତ ମଧ୍ୟ ଗଭୀର ଚିନ୍ତା ପ୍ରକଟ କରିଛି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ବୈଦେଶିକ ମନ୍ତ୍ରଣାଳୟ ଦୃଢ଼ ନିନ୍ଦା କରିଛି ଏବଂ ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ଅନ୍ୟାୟ ବୋଲି କହିଛି।

ସଂଖ୍ୟାଲଘୁମାନଙ୍କ ସୁରକ୍ଷା ତଥା ଶାନ୍ତିପୂର୍ଣ୍ଣ ଭାବରେ ଏକାଠି ହେବାର ଅଧିକାର ରକ୍ଷା କରିବାକୁ ମନ୍ତ୍ରଣାଳୟ ବାଂଲାଦେଶକୁ ନିବେଦନ କରିଛି। ବାଂଲାଦେଶରେ ଧାର୍ମିକ ନିର୍ଯ୍ୟାତନା ଉପରେ ନୀରବ ଥିବା ପାଶ୍ଚାତ୍ୟ ଦେଶଗୁଡ଼ିକୁ ମୋର୍ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଯେତେବେଳେ ହିନ୍ଦୁମାନେ ନିର୍ଯାତିତ ହୁଅନ୍ତି, ସେତେବେଳେ ଖୁବ୍ କମ୍ ସ୍ୱର ଉତ୍ତୋଳନ ହୁଏ। ଏଥିରେ ପରିବର୍ତ୍ତନ ହେବା ଆବଶ୍ୟକ। ମାନବିକ ଅଧିକାର ତଥା ଧାର୍ମିକ ସ୍ୱାଧୀନତା ପାଇଁ ଏହା ହେଉଛି ସମୟ।” ସେ କହିଛନ୍ତି ଯେ ଏହା ଏକ ଐତିହାସିକ ମୁହୂର୍ତ୍ତ ଏବଂ ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ଅଧିକାରର ସୁରକ୍ଷା ପାଇଁ ସମଗ୍ର ବିଶ୍ୱ ସକ୍ରିୟ ପଦକ୍ଷେପ ନେବାକୁ ପଡ଼ିବ। ବିଶ୍ୱ ଏହି ସଙ୍କଟକୁ ଅଣଦେଖା କରିବା ଉଚିତ୍ ନୁହେଁ।’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking