26.1 C
Bhubaneswar
Tuesday, September 17, 2024
Homeଓଡିଶାୱାକଫ ବିଲ କୁ ବିଜେଡି ବିରୋଧ କରିବ

ୱାକଫ ବିଲ କୁ ବିଜେଡି ବିରୋଧ କରିବ

ଶାନ୍ତି ହିଁ ପ୍ରଗତି ର ଆଧାର.

ସମାଜ ରେ ସଦଭାବ ବଜାୟ ରଖିବା ପାଇଁ ସମସ୍ତେ କାମ କରିବାକୁ ନବୀନ ଙ୍କ ପରାମର୍ଶ

ଭୁବନେଶ୍ୱର : ଏ ଦେଶ ଆମର ଏ ମାଟି ଆମର. ଏ ଭାବନା ନେଇ ଆମର ପ୍ରିୟ ଭାରତ ତଥା ପ୍ରିୟ ଓଡିଶା ର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂଖ୍ୟଲଘୁ ଭାଇ ଭଉଣୀ ମାନଙ୍କୁ ଆହ୍ୱାନ ଜଣାଇଛନ୍ତି l

ଆଜି ଶଙ୍ଖ ଭବନ ଠାରେ ବିଜେଡି ସଂଖ୍ୟଲଘୁ ଭାଇ ଭଉଣୀ ମାନଙ୍କୁ ସମ୍ବୋଧନ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଶାନ୍ତି ଓ ସଦଭାବନା ହିଁ ପ୍ରଗତି ର ଭିତ୍ତି. ଏଥି ଯୋଗୁଁ ହିଁ ଓଡିଶା ବିଭିନ୍ନ କ୍ଷେତ୍ର ର ପ୍ରଗତି ହାସଲ କରିପାରିଛି l. ତେଣୁ ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ପାଇଁ କାମ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ l
ସେ କହିଥିଲେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ର ସଂଖ୍ୟାଲଘୁ ଭାଇ ଭଉଣୀ ମାନେ ତାଙ୍କୁ ପ୍ରତିଦିନ ଭେଟୁଛନ୍ତି . ସେମାନଙ୍କ ମନରେ ଅସୁରକ୍ଷା ଭାବନା ରହୁଥିବା ବିଷୟରେ ସେମାନେ ଜଣାଉଛନ୍ତି.l
ବିଜେଡି ୱାକଫ ବିଲ କୁ ବିରୋଧ କରିବ ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଥିଲେ.l
ଓଡିଶା ସଦଭାବନା ଓ ଭାଇଚାରା ପାଇଁ ପ୍ରସିଦ୍ଧ. ଓଡିଶା ର ସାଂସ୍କୃତିକ ବିବିଧତା ଆମର ଗୌରବ . ଦେଶ ର ପ୍ରଗତି ରେ ସଂଖ୍ୟାଲଘୁ ମାନଙ୍କ ଅବଦାନ କୁ ସ୍ମରଣ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସମସ୍ତଙ୍କ ସହଯୋଗ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ପାଇଁ ଜରୁରୀ. ସାମ୍ପ୍ରଦାୟିକ ସଦଭାବନାକୁ ଭାରତୀୟ ସଂସ୍କୃତି ର ମୂଳଧାର ବୋଲି ବର୍ଣ୍ଣନା କରି ସମାଜ ର ଦୁର୍ବଳ ବର୍ଗ ର କଲ୍ୟାଣ ପାଇଁ ବିଜେଡି ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ .l

ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବୌଦ୍ଧ ଶିଖ ମୁସଲିମ ଓ ଖ୍ରୀଷ୍ଟିଆନ ଧର୍ମ ର ପ୍ରତିନିଧି ମାନେ ଶ୍ରୀ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ସାଂସଦ ମୁନା ଖାଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking