26.1 C
Bhubaneswar
Friday, February 27, 2026
Homeଓଡିଶାନାବାଳକ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା

ନାବାଳକ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା

ନୟାଗଡ଼: ପାଇଖାନା ଟାଙ୍କିରୁ ନାବାଳକ ଛାତ୍ର (୧୨)ଙ୍କ ମୃତଦେହ ଉଦ୍ଧାର ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ନୟାଗଡ଼ ଜିଲ୍ଲା ରଣପୁର ଥାନା ସୁନାଖଳା ଫାଣ୍ଡି କୁଳାସର ପଞ୍ଚାୟତ ନୀଳପଲ୍ଲୀ ଗାଁରେ ଥିବା ମଦ୍ରାସାର ଏହି ଛାତ୍ର ଜଣକ ନିଖୋଜ ଥିଲେ। ତାଙ୍କ ସହ ଉକ୍ତ ମଦ୍ରାସାର ୨ ନାବାଳକ ଛାତ୍ର ଜବରଦସ୍ତି କରି ଅପ୍ରାକୃତ ଯୌନ ସମ୍ପର୍କ ରଖିଥିଲେ। ପରେ ପୀଡ଼ିତଙ୍କୁ ଉକ୍ତ ୨ ନାବାଳକଙ୍କ ସମେତ ୫ଜଣ ଛାତ୍ର ମିଶି ତଣ୍ଟିଚିପି ହତ୍ୟା କରିଥିବା ଜଣାପଡ଼ିଛି। ଏପରି କି ପ୍ରମାଣ ନଷ୍ଟ ପାଇଁ ଛାତ୍ରଙ୍କ ମୃତଦେହଙ୍କୁ ପାଇଖାନା ଟାଙ୍କିରେ ଫୋପଡ଼ାଯାଇଥିଲା। ପରେ ସେ ନିଖୋଜ ବୋଲିି ହତ୍ୟା କରିଥିବା ଛାତ୍ରମାନେ ପ୍ରଧାନ ଶିକ୍ଷକଙ୍କୁ ସଫେଇ ଦେଇ ଚୁପଚାପ୍‌ ରହିଥିଲେ।

ହତ୍ୟାର ପ୍ରମାଣ ମିଳିବା ପରେ ପୋଲିସ ହତ୍ୟା ଅଭିଯୋଗରେ ୫ ଛାତ୍ରଙ୍କୁ ନୟାଗଡ଼ ବାଳ ଅପରାଧ କୋର୍ଟରେ ଶନିବାର ହାଜର କରିଥିଲା। କୋର୍ଟ ନିର୍ଦ୍ଦେଶ ମୁତାବକ ପୋଲିସ ୧୩ ଦିନ ପାଇଁ ୫ ଛାତ୍ରଙ୍କୁ ଅନୁଗୋଳ ବାଳ ସୁଧାର ଗୃହକୁ ପଠାଇଛି। ଅନ୍ୟପକ୍ଷେ ସୁଧାର ଗୃହକୁ ପଠାଯାଇଥିବା ୫ ଛାତ୍ରଙ୍କ ପରିବାର ଲୋକେ ଏହାକୁ ବିରୋଧ କରି ରବିବାର ଥାନା ଆଗରେ ଧାରଣା ଦେଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଧାରଣାରତ ପରିବାର ଲୋକଙ୍କୁ ଘଟଣାର ସିସି ଟିଭି ଫୁଟେଜ ଦେଖାଇଥିଲା। ପରେ ପରିବାରେ ଲୋକେ ଧାରଣାସ୍ଥଳରୁ ଚାଲିଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking