20.1 C
Bhubaneswar
Wednesday, January 14, 2026
Homeଅପରାଧନାବାଳିକା ଶାଳୀକୁ ଗର୍ଭବତୀ କଲା ଭିଣୋଇ

ନାବାଳିକା ଶାଳୀକୁ ଗର୍ଭବତୀ କଲା ଭିଣୋଇ

କନ୍ଧମାଳ: କନ୍ଧମାଳରେ ପୁଣି ଲଜ୍ଜା। ୧୪ ବର୍ଷୀୟ ନାବାଳିକା ଝିଅକୁ ଗର୍ଭବତୀ କଲା ନିଜ ଭିଣୋଇ। ସେପଟେ ପୀଡିତା ଝିଅଙ୍କ ଅଜବ କଥା ବଡ଼ ଝିଅର ପିଲାପିଲି ହେଲେନି। ସେଥିପାଇଁ ସାନ ଝିଅ ସହ ଏମିତି କଲା ଜ୍ୱାଇଁ। ତେଣୁ ମୁଁ ଥାନାରେ ଅଭିଯୋଗ କରିବିନି। ଏପରି ଏକ ଲଜ୍ଜା ଜନକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ। ୧୪ ବର୍ଷର ନାବାଳିକା ଝିଅକୁ ବାରମ୍ୱାର ଦୁଷ୍କର୍ମ କରି ଗର୍ଭବତୀ କରିଛି ତାର ନିଜ ଭିଣୋଇ। ଏବେ ପୀଡିତା ଜଣଙ୍କ ୬ ମାସର ଜଗର୍ଭବତୀ ଅଛନ୍ତି। ଏନେଇ ଖବର ଜଣା ପଡିବା ପରେ କନ୍ଧମାଳର ସ୍ୱେଚ୍ଛାସେବୀ ସଂଗଠନ ପୀଡିତା ନାବାଳିକାକୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଛନ୍ତି।

ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତ୍ତାଙ୍କ କହିବା କଥା ଯେତେବେଳେ ସେମାନେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ, ସେତେବେଳେ ପୀଡିତା ଝିଅର ମା’କୁ ମଧ୍ୟ ଭେଟିଥିଲେ। ଏବଂ ଏହି ଜଘନ୍ୟ କାଣ୍ଡ ବାବଦରେ ଥାନାରେ ଏତଲା ଦେବାକୁ ମଧ୍ୟ କହିଥିଲେ। ହେଲେ ଏଥିରେ ପୀଡିତାଙ୍କ ମା’ ରାଦି ହୋଇନଥିଲେ। ବରଂ ଏଲଟା ତାଙ୍କ ଜ୍ୱାଇଁଙ୍କୁ ସପୋର୍ଟ କରିଥିଲେ। ଏବଂ କହିଥିଲେ ମୋ ବଡ଼ ଝିଅକୁ ମୁଁ ବାହା ଦେଇଥିଲି। ହେଲେ ତାର ଛୁଆପିଲା ହେଲା ନାହିଁ। ତେଣୁ ସାନ ଝିଅ ଯାଇ ସେଠାରେ ରହୁଥିଲା। ଆଉ ତା ପରେ ଏପରି ଘଟଣା ଘଟିଛି। ଆଉ ମୋ ସାନ ଝିଅ ଗର୍ଭବତୀ ଅଛି। ତେଣୁ ମୁଁ ଥାନାରେ ଅଭିଯୋଗ କରିବି ନାହିଁ। ଆଉ ଯେତେବେଳେ ମହିଳା ଜଣଙ୍କ ଅଭିଯୋଗ କରିବାକୁ ମନା କରିଦେଲେ , ସେତେବେଳେ ଶିଶୁ ସୁରକ୍ଷା ଉପରେ କାମ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ନିଜେ ଯାଇ ଫିରିଙ୍ଗିଆ ଥାନାରେ ଏକ ଏତଲା ଦେଲେ। ପୋଲିସ ମଧ୍ୟ ଏତଲା ରଖି ଏକ ମାମଲା ରୁଜୁ କଲା। ଏବଂ ଅଭିଯୁକ୍ତ ଭିଣୋଇକୁ ପ୍ରଥମେ ଅଟକ ରଖି ପଚରା ଉଚରା କରୁଥିଲା। ପରେ ଭିଣୋଇକୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking