16.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶନାବାଳିକା ଝିଅର ନାରକୀୟ କାଣ୍ଡ: ପ୍ରେମିକ ସହ ମିଶି ମା’ର ମୁଣ୍ଡ କାଟିଦେଲା

ନାବାଳିକା ଝିଅର ନାରକୀୟ କାଣ୍ଡ: ପ୍ରେମିକ ସହ ମିଶି ମା’ର ମୁଣ୍ଡ କାଟିଦେଲା

ଲକ୍ଷ୍ନୌ:  ସାମ୍ନାକୁ ଆସିଲା ଏକ ଚାଞ୍ଚଲ୍ୟକର ଘଟଣା। ନିବାଳିକା ଝିଅକୁ ଘାରି ଥିଲା ପ୍ରେମ ନିଶା। ଆଉ ପ୍ରେମରେ ଜନ୍ମ କଲା ମା’ ବାଧକ ସାଜିବାରୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କଲା ନାବାଳିକା ଝିଅ। ଆଉ ଏହି ଅପରାଧ ଘଟାଇବାକୁ ଝିଅର ସାଥ୍ ଦେଇଥିଲା ତାର ପ୍ରେମିକ। ଯେଉଁଥିରେ ଉଭୟ ସଫଳ ମଧ୍ୟ ହେଲେ। ଆଉ ମା’ର ତଣ୍ଟି ଚିପି ହତ୍ୟା କରିବା ପରେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଲେ। ଏପରି ଏକ ଚାଞ୍ଚଲ୍ୟକର ଘଣଟା ଘଟିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ। ପରେ ହତ୍ୟା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୫ ବର୍ଷର ଝିଅ ଓ ତାର ୧୭ ବର୍ଷୀୟ ପ୍ରେମିକକୁ ଗିରଫ କରିଛି। ଦୁହେଁ ହତ୍ୟା କରିଥିବା ସ୍ୱୀକାର ମଧ୍ୟ କରିଛନ୍ତି। ପୋଲିସ କହିଛି ଯେ ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି ଯେ ସେମାନେ ଉଷା ସିଂହଙ୍କ ବେକ ଚିପି ହତ୍ୟା କରିଥିଲେ। ପରେ ଏକ କାଚ ଖଣ୍ଡ ମାଧ୍ୟମରେ ତାଙ୍କର ବେକକୁ କାଟି ଦେଇଥିଲେ। ପୋଲିସକୁ ଭ୍ରମିତ କରିବା ପାଇଁ, ଦୁହେଁ ମୃତଦେହକୁ ଖୋଲା ଯାଡିଦେଇଥିଲେ। ଅର୍ଥାତ୍ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ଦର୍ଶାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ। ହେଲେ ସେଥିରେ ସେମାନେ ସଫଳ ହୋଇପାରିଲେ ନାହିଁ। ପୋଲିସ କହିଛି, ‘ହତ୍ୟା ପରେ ଝିଅ ତାଙ୍କ ପ୍ରେମିକଙ୍କ ସହ ବେଙ୍ଗାଲୁରୁ ପଳାଇବାକୁ ଯୋଜନା କରୁଥିଲା କିନ୍ତୁ ପୋଲିସ ଟିମ୍ ଉଭୟଙ୍କୁ ଧରି ପକାଇଥିଲା।’

ପୋଲିସ ଡେପୁଟି କମିଶନର କହିଛନ୍ତି ଯେ ନାବାଳିକା ଝିଅଟିକୁ ଗତ ବର୍ଷ ତାଙ୍କ ପ୍ରେମିକ ଅପହରଣ କରିଥିବା ଅଭିଯୋଗ ହୋଇଛି। ପରେ ଉଷା ସିଂହ ତାଙ୍କ ବିରୁଦ୍ଧରେ ଏକ ମାମଲା ଦାୟର କରିଥିଲେ। ଏହି ମାମଲାର ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ପୋଲିସ ଅଧିକାରୀ ଶଶାଙ୍କ ସିଂହ କହିଛନ୍ତି, “କିଛି ମାସ ପୂର୍ବେ ହାଜତରୁ ମୁକ୍ତ ହେବା ପରେ, ଯୁବକ ଜଣକ ତାଙ୍କ ପ୍ରେମିକାଙ୍କ ସହ ପୁନର୍ବାର ସମ୍ପର୍କ ସ୍ଥାପନ କରିଥିଲେ ଏବଂ ତାଙ୍କ ସହିତ ଘଟିଥିବା ଘଟଣା ପାଇଁ ଉଷାଙ୍କୁ ଦାୟୀ କରିଥିଲେ। ଏହା ପରେ ସେ ତାଙ୍କ ପ୍ରେମିକାଙ୍କ ସହିତ ହତ୍ୟା ଯୋଜନା କରିଥିଲେ। ପୋଲିସ ନିଶ୍ଚିତ କରିଛି ଯେ ଘରେ କେବଳ ଉଷା ସିଂହ ଏବଂ ତାଙ୍କ ଝିଅ ରହୁଥିଲେ। ଉଷାଙ୍କ ସ୍ୱାମୀ ଯୋଗେନ୍ଦ୍ର ସିଂହଙ୍କ ମୃତ୍ୟୁ ୧୨ ବର୍ଷ ପୂର୍ବେ ହୋଇଥିଲା। ପୋଲିସ ଏବଂ ଫୋରେନସିକ୍ ଦଳ ଏହି ମାମଲାର ତଦନ୍ତ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking